ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, ରବିବାର ସକାଳ ସାେ ୮ଟାରୁ ସୋମବାର (ଆଜି) ସକାଳ ସାଢେ ୮ଟା ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୧୯୫ ମିମି, ପାରାଦୀପରେ ୨୧୯ ମିମି, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।