ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ରାଜ୍ୟରେ ପୁଣି ୧୧,୪୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ବୋଲ ମାନୁନି କରୋନା। ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ୧୧ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଲକ୍‌ଡାଉନ କଟକଣା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୪୩୯ କ୍ୱାରାଣ୍ଟାଇନ୍‌ର ହୋଇଥିବା ବେଳେ ୫,୦୫୯ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୯୭, କଟକରୁ ୧୧୦୭ ଓ ସୁନ୍ଦରଗଡ଼ରୁ ୭୦୩ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୬୭, ବାଲେଶ୍ୱରରୁ ୫୨୪, ବରଗଡ଼ ୩୯୫, ଭଦ୍ରକ ୧୩୪, ବଲାଙ୍ଗୀର ୨୯୪, ବୌଦ୍ଧ ୩୧୩, ଦେବଗଡ଼ ୧୧୪, ଢ଼େଙ୍କାନାଳ ୨୫୧, ଗଜପତି ୮୬, ଗଞ୍ଜାମ ୨୨୮, ଜଗତସିଂହପୁର ୩୨୫, ଯାଜପୁର ୩୭୮, ଝାରସୁଗୁଡ଼ା ୨୪୭, କଳାହାଣ୍ଡି ୨୦୫, କନ୍ଧମାଳ ୧୦୧, କେନ୍ଦ୍ରାପଡ଼ା ୨୦୪, କେନ୍ଦୁଝର ୧୯୩, କୋରାପୁଟ ୨୬୬, ମାଲକାନଗିରି ୧୧୦, ମୟୁରଭଞ୍ଜ ୫୩୮, ନବରଙ୍ଗପୁର ୩୪୬, ନୟାଗଡ଼ ୩୮୨, ନୂଆପଡ଼ା ୧୫୨, ପୁରୀ ୪୨୪, ରାୟଗଡ଼ା ୨୩୩, ସମ୍ବଲପୁର ୩୯୩, ସୋନପୁର ୨୨୭ ଓ ଷ୍ଟେଟ ପୁଲରୁ ୨୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୪୬,୬୩୧ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୮୧୨ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।