ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩୦।୧୦(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ଧନ୍‌ତେରସ୍‌ ଅବସରରେ ଓଡ଼ିଶା ସୁନା ବଜାର ରେକର୍ଡ ପରିମାଣର କାରବାର କରିଛି। ଏପରିକି ଦରବୃଦ୍ଧି ସତ୍ତ୍ୱେ ବ୍ୟବସାୟରେ ଉତ୍ସାହ ଉଭୟ ଭୁବନେଶ୍ୱର ଏବଂ ଓଡ଼ିଶାର ପ୍ରମୁଖ ବଜାରଗୁଡିକରେ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଘରୋଇ ପାଞ୍ଜି ଗଣନା ଅନୁଯାୟୀ ଚଳିତ ବର୍ଷ ଓଡ଼ିଶାରେ ଧନ୍‌ତେରସ୍‌ କ୍ରମାଗତ ୨ ଦିନ ଧରି ପାଳନ ହେଉଛି। ଏହି ୨ ଦିନ ଯାକ ଓଡ଼ିଶା ବଜାରର ବ୍ୟବସାୟୀମାନେ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଫଳରେ ଧନ୍‌ତେରସ୍‌ର ପ୍ରଥମ ଦିନର କାରବାର ପ୍ରାୟ ୧୦୦କୋଟି ଛୁଇଁଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ଆଗକୁ ଦୀପାବଳି ଓ ଛଟ୍‌ ଭଳି ପର୍ବପର୍ବାଣି ସାଙ୍ଗକୁ ବାହାଘର ଥିବାରୁ ଗ୍ରାହକ ଏକ ସଙ୍ଗେ କ୍ରୟ କରୁଥିବା ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। କାରଣ କ୍ରମାଗତ ଭାବେ ଦରବୃଦ୍ଧି ଘଟୁଥିବାବେଳେ ଘରୋଇ ବଜାରର ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୪୫୦ ଟଙ୍କାରେ କାରବାର ହେଉଛି। ଏପରିକି ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୫୦୦ ଟଙ୍କା ଥିଲାବେଳେ ୧୮ ଗ୍ରାମ ଓ ଅନ୍ୟ ମୂଲ୍ୟବାନ୍‌ ଧାତୁର ମୂଲ୍ୟ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଏବଂ ରୁପା ଦର କେଜି ପ୍ରତି ୧,୦୭,୦୦୦ ଟଙ୍କାରେ କାରବାର ହେଉଛି।
ସେହିପରି ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ଧନ୍‌ତେରସ୍‌ ଅବସରରେ ମୂଲ୍ୟବାନ୍‌ ଧାତୁ କ୍ରୟ ବିଧି ଥିଲାବେଳେ ସବୁ ବର୍ଗର ଲୋକ ସେମାନଙ୍କର ସକ୍ଷମ ଅନୁଯାୟୀ ଅଳ୍ପ ବହୁତ ମୂଲ୍ୟରେ ସୁନା ଓ ମୂଲ୍ୟବାନ୍‌ ଧାତୁ କିଣିଛନ୍ତି। ଏପରିକି ଧନ୍‌ତେରସ୍‌ ଉପଲକ୍ଷେ କାରବାର ବୃଦ୍ଧି ପାଇଁ ବ୍ୟବସାୟୀମାନେ ଆକର୍ଷଣୀୟ ରିହାତି, ଅଫର ଓ ଉପହାର ଜରିଆରେ ଗ୍ରାହକଙ୍କୁ ବହୁ ପରିମାଣରେ ଆକୃଷ୍ଟ କରିବାରେ ସକ୍ଷମ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ନୂଆଦିଲ୍ଲୀରେ ମଧ୍ୟ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୯,୯୬୩ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୩୧୦ଟଙ୍କା ରହିଛି। ଏପରିକି ୧୮ ଗ୍ରାମ ସୁନା ମୂଲ୍ୟ ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁର ମୂଲ୍ୟ ପ୍ରାୟ ୩୫ ରୁ ୪୫ ହଜାର ଟଙ୍କା ଥିଲାବେଳେ ରୁପା ଦର କେଜି ପ୍ରତି ୧,୦୧,୦୦୦ ଟଙ୍କାରେ କାରବାର ହେଉଛି।
ସୂଚନାଯୋଗ୍ୟ, ଓଡ଼ିଶା ବଜାରରେ ଖିମ୍‌ଜୀ ଜୁଏଲର୍ସ, ଅରୁନ୍ଧତୀ, କଲ୍ୟାଣ, ଲାଲ୍‌ଚାନ୍ଦ, ତନିସ୍କ, ମାଲାବାର ଭଳି ପ୍ରମୁଖ ରିଟେଲ ଚେନ୍‌ ସାଙ୍ଗକୁ ପି ସି ଚନ୍ଦ୍ରା, ଜୟଆଲୁକ୍କାସ,ମଧୁକୁଞ୍ଜ, ଟିବିଜେଡ୍‌, ନାରାୟଣୀ, ରୀତା, ହିନ୍ଦୁସ୍ଥାନ ଏବଂ ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ ଜୁଏଲର୍ସ ଭଳି ଅଳଙ୍କାର ପ୍ରତିଷ୍ଠାନରେ ଗ୍ରାହକଙ୍କ ଭିଡ଼ ବେଶ୍‌ ଉତ୍ସାହଜନକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri