ସୁପାରିସ

ଦେବେନ୍ଦ୍ର କର

ଅନେକ ପ୍ରୟାସରେ ବିଫଳ ହୋଇଥିବା ମଣିଷ ଜଣକ ବେଳେବେଳେ ସାହା ଖୋଜି ହୁଏ। ଦୟାପରବସରେ କେହି ମୋ ପାଇଁ ସୁପାରିସ କରି ଦିଅନ୍ତାନି ମୋ କାମଟା ତୁଟିଯାଆନ୍ତା। ମୁଁ କୋଉ ବଡ଼ ଲୋକ ସଂସ୍ପର୍ଶରେ ଥାଆନ୍ତି ଯଦି ସବୁ କାମ ମୋର ଚୁଟ୍‌କିରେ ହୋଇଯାଆନ୍ତା। ଏମିତି ଅନେକ କଥା ଭାବି ଭାବି ନିରାଶ ପଡ଼ିଯାଏ। କାହା ସପକ୍ଷରେ କିଛି ଅନୁକୂଳ ଅନୁରୋଧ ରକ୍ଷା କରିବା ଅର୍ଥ ସୁପାରିସ। ଏହା ଏକ ପାରସ୍ପରିକ ଲାଭଦାୟକ ଯୋଜନା। ସରକାରୀ ଦପ୍ତରମାନଙ୍କରେ ସୁପାରିସ ପ୍ରଥା କାହିଁ କେଉଁ କାଳରୁ ଚାଲି ଆସିଛି। ବିନା ସୁପାରିସରେ ଏଠି କୌଣସି କାମ ହୁଏନି। ଏ ପ୍ରଥା ଧୀରେ ଧୀରେ ଗ୍ରାସିଛି ବେସରକାରୀ ଅନୁଷ୍ଠାନକୁ। ଏଇଟା ବି ସତ ଯେ ବ୍ୟକ୍ତିଗତ ସ୍ବାର୍ଥ ସାଧନ ଦିଗରେ ସୁପାରିସ ଆଜି ଯଥେଷ୍ଟ ଅଧିକ ଅଗ୍ରଗତି କରିଛି। ସୁପାରିସର ମାଧ୍ୟମ ଦୁଇଟି, ଗୋଟିଏ ଟଙ୍କା ପଇସା ଅନ୍ୟଟି ଚିହ୍ନାଜଣା ଲୋକକୁ ହାତ କରି। ଏହି ଦୁଇଟି ଉପାୟ ଆପଣେଇଲେ ଅସମ୍ଭବ କାମ ବି ସମ୍ଭବ ହୁଏ।
ପୂର୍ବରୁ ଆମ ମୁଣ୍ଡରେ ଗୋଟିଏ କଥା ବସା ବାନ୍ଧିଥିଲା ସରକାରୀ ଅନୁଷ୍ଠାନରେ କିଛି ବି କାମ ପଡ଼ିଲେ କାହାକୁ ତୋଷମଦ କର ନ ହେଲେ ଧାଡ଼ିରେ ଗୋଡ଼ଭାଙ୍ଗି ଛିଡ଼ାହୁଅ। ଏଣୁ ବେସରକାରୀ ଅନୁଷ୍ଠାନକୁ ସର୍ବୋତ୍ତମ ଭାବି ଆଦରିବାକୁ ଲାଗିଲୁ ।
ହେଲେ ନା ଏଠି ବି ସେଇ ସମଦଶା। ଏଣୁ ପାଖରେ ଟଙ୍କା ଥାଇ ବି କିଛି ଲାଭ ନାହିଁ ଯଦି ଚିହ୍ନାଜଣା ବିଶ୍ୱସ୍ତ କେହି ନାହିଁ। ସ୍ବାର୍ଥାନ୍ଧ ଦୁନିଆରେ ବିନା ସ୍ବାର୍ଥରେ କିଏ କାହା ପାଇଁ ସୁପାରିସ କରିବ ଯେ। ଦି’ପଇସା ଲାଭ ଥିଲେ ଅନେକ ହିତାକାଂକ୍ଷୀ ଆଗେଇ ଆସିଥିବେ। ଶୀତତାପ ନିୟନ୍ତ୍ରିତ ଦପ୍ତର ଭିତରେ ବସିଥିବା ବାବୁ କି ବୁଝନ୍ତି ବାହାରେ ଝାଳନାଳରେ ଅଧିଆ ପଡ଼ିଥିବା ଲୋକର ଦୁଃଖ। ବାବୁ ଟଙ୍କା ଚିହ୍ନନ୍ତି, ମଣିଷ ନୁହେଁ। ବାବୁଙ୍କ ପିଏ ବା ପାଖ ଲୋକର ସ୍ବର ଆହୁରି ଦମ୍ଭ ଆଉ ଗମ୍ଭୀର। ସରକାରଙ୍କଠାରୁ ମୋଟା ଅଙ୍କର ଦରମା ପାଇବେ ଆଉ ସେଥିରେ ପୁଣି ଉପୁରି କମେଇବାର ଲାଳସା। ବାବୁମାନେ ଭୁଲି ଯାଅନି ତୁମେ ମାନେ ସେବକ, ସେବା ବଦଳରେ ତୁମେ ଦରମା ପାଉଛ ସେ ପୁଣି ମୋଟା ଅଙ୍କର। ଏ ସବୁ ସୁବିଧା ସମ୍ଭବ ହେଉଛି କେବଳ ଦପ୍ତର ବାହାରେ ଛିଡ଼ା ହୋଇଥିବା ସେଇ ମଳିମୁଣ୍ଡିଆ ଲୋକଟିର ଟିକସ ରାଶିରେ। ସେମାନେ ଭୁଲି ଯାଉଛନ୍ତି ଉତ୍କୋଚ ବା ଲାଞ୍ଚ ନେଇ ନିଜେ ବିକ୍ରି ହେଉଛନ୍ତି ସେଇ ନିରୀହ ଲୋକଙ୍କ ପାଖରେ।
ଆଜିର ସମୟରେ ସବୁଠିଁ ଚିହ୍ନା ପରିଚିତ ଲୋକ ନିହାତି ଜରୁରୀ। କାହା ମାର୍ଫତରେ ଟିକେ ସୁପାରିସ କରିଦେଲେ ଅସମ୍ଭବ କାମ ସମ୍ଭବ ହେଇଯାଏ। ଆଉ ସୁପାରିସ ପାଇଁ ଲୋଡ଼ା ଖର୍ଚ୍ଚପାଣି ବା ହାତଗୁଞ୍ଜା। ବାସ୍‌ ତା’ପରେ ଚୁପ ହୋଇ ବସିପଡ଼ କାମ ତା’ ବାଟରେ ନିଶ୍ଚିତ ସମାଧାନ ହେବ। ଏମିତିରେ ତ ଲାଞ୍ଚ ବା ଉତ୍କୋଚ ବିରୁଦ୍ଧରେ ସମସ୍ତେ ଲୋକ ଦେଖାଣିଆ ମୁହଁ ଖୋଲନ୍ତି ହେଲେ ଲୁଚାଛପାରେ ସବୁ ଚାଲିଛି। ସରକାରୀ ଦପ୍ତରରେ ଦସ୍ତଖତ କି ଷ୍ଟାମ୍ପ ଗୋଟେ ପାଇଁ କାହିଁରେ କେତେ ତୋଷମଦ ତା’ର ଠିକ ଠିକଣା ନାହିଁ। ଦୌଡ଼ି ଦୌଡ଼ି ଚପଲ ଘୋରି ହୋଇଯାଏ ପଛେ କାମ ରହିଯାଏ ଅସମ୍ପୂର୍ଣ୍ଣ। କୌଣସି କାର୍ଯ୍ୟାଳୟର ଭିଡ଼ ଗହଳିରେ କେହି ଯେବେ ଚିହ୍ନା ପରିଚିତ ଲୋକ ମିଳିଯାଏ ମନ ଆନନ୍ଦରେ ନାଚି ଉଠେ ଛାତି ହୋଇଯାଏ କୁଣ୍ଢେମୋଟ। ଏଇଟା ସତ ଯେ ଆଜିର ବ୍ୟସ୍ତ ବହୁଳ ଦୁନିଆରେ ନୀତି ନିୟମ କାଇଦା କଟକଣାକୁ କିଏ ଦେଖୁଚି ସହଜ ସରଳ ବାଟରେ କାମ ତୁଟିଗଲେ କଥା ଶେଷ। ଅନେକ ସମୟରେ ସାମ୍ନାରୁ ଯାହା ସହଜ ମନେହୁଏ ସେମିତି ହୋଇ ନ ଥାଏ। ଟିକେ ଭିତିରି ରହସ୍ୟ ବୁଝୁବୁଝୁ ମାଲୁମ ହୁଏ ଆରେ ଏଥିରେ ତ ନାନା ଫନ୍ଦିଫିକର। ଆଉ ସେତେବେଳକୁ ଛନ୍ଦି ହୋଇଯାଇଥାଏ ମଣିଷ। ଏଠି କିଏ କେଉଁ ପ୍ରକାରେ ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ କରିବାକୁ ତତ୍ପର ଜାଣିବା ବଡ଼ ମୁସ୍କିଲ। ଏପଟେ ଆଶା ଆକାଂକ୍ଷା ନେଇ ଜଣେ ଚାହିଁ ରହିଥିବ ସେପଟେ ଆଉ ଜଣେ ଧରାଧରିକରି ହାତେଇ ନେଇଥିବ। ସରଳ ଆଉ ସହଜ ବାଟରେ ପାଇଯିବାକୁ ବର୍ତ୍ତମାନ ଚାଲିଛି ପ୍ରତିଯୋଗିତା। ସାମାନ୍ୟ କିଛି ହାତଗୁଞ୍ଜା ଦେଲେ ନ ହେଉ ଥିବା କାମ ହୋଇଯାଉଛି ଆଉ ପୁଣି କେଉଁଠି ସୁପାରିସ କ୍ରମରେ। ସମାଜରେ ଆଜି ତେଲିଆ, ଚାଟୁକାର, ଲାଞ୍ଚୁଆଙ୍କ ସଂଖ୍ୟା ଢେର ଅଧିକ, ଏହି ବହୁରୂପୀ ଦଳ ସୁପାରିସ ଆଳରେ ଲୋକଙ୍କୁ ଖୁବ୍‌ ଲୁଟୁଛନ୍ତି।
ମଙ୍ଗଳାବାଗ, ନିୟୋଗି କଲୋନି, କଟକ, ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri