Posted inଜାତୀୟ

ଶିନ୍ଦେଙ୍କ ଗୋଷ୍ଠୀରେ ବିଦ୍ରୋହ ସ୍ବର: ତୀର୍ଥଯାତ୍ରାରୁ ଦୂରେଇ ରହିଲେ ୬ ବିଧାୟକ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ, ଏମ୍‌ପି ଏବଂ ସେମାନଙ୍କ ପରିବାର ଶନିବାର ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସହିତ ତାଙ୍କ ଶିବିରରେ ବିଦ୍ରୋହର ସ୍ବର ସୃଷ୍ଟି ହୋଇଛି। ବିରୋଧୀମାନେ ଶିନ୍ଦେଙ୍କୁ ଘେରିବାର କୌଣସି ସୁଯୋଗ ଛାଡୁ ନାହାଁନ୍ତି। କାରଣ ତାଙ୍କ ଶିବିରର ୬ ଜଣ ବିଧାୟକ ତାଙ୍କ ଗସ୍ତରୁ ନିଜକୁ ଦୂରେଇ ରଖିଛନ୍ତି। ମନ୍ତ୍ରୀ ହୋଇ ନ ଥିବାରୁ ସେମାନଙ୍କ ମଧ୍ୟରୁ କେତେକ ଅସନ୍ତୁଷ୍ଟ ରହିଥିବା ବୋଲି ଚର୍ଚ୍ଚା ହେଉଛି। ଦ୍ୱିତୀୟ ଥର ପାଇଁ ଶିନ୍ଦେ ତାଙ୍କର ୪୦ ଜଣ ବିଧାୟକ ଏବଂ କିଛି ସ୍ବାଧୀନ ବିଧାୟକ ଦର୍ଶନ ପାଇଁ କାମାକ୍ଷା ମନ୍ଦିରରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଚଳିତ ବର୍ଷ ଜୁନରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ପରେ ସେ ବିଦ୍ରୋହୀମାନଙ୍କ ସହ ଗୁଆହାଟୀରେ ଏକାଠି ହୋଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମାଙ୍କୁ ଭେଟିବା ପୂର୍ବରୁ ଶିନ୍ଦେ କହିଛନ୍ତି, ଆମେ ମହାରାଷ୍ଟ୍ରର ଲୋକଙ୍କ ପାଇଁ କାମାକ୍ଷୀ ଦେବୀଙ୍କ ପାଖରେ ସୁଖ ସମୃଦ୍ଧି ପ୍ରାର୍ଥନା କରିଛୁ। ମହାରାଷ୍ଟ୍ର ଏବଂ ଆସାମର ଏକ ଭିନ୍ନ ସମ୍ପର୍କ ଅଛି ବୋଲି ସେ କହିଛନ୍ତି।

ଆସାମରେ ଭାଜପା ସରକାର ଶିନ୍ଦେ ଏବଂ ତାଙ୍କ ଦଳର ବିଧାୟକମାନଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି। ସେମାନଙ୍କୁ ବିଶେଷ ପ୍ରକାରର ସୁରକ୍ଷା ଦିଆଯାଇଛି। କଳ୍ପନାଜଳ୍ପନା ଚାଲିଛି ଯେ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣରେ ଅନ୍ତର୍ଭୁକ୍ତ ନହେବା କାରଣରୁ ଶିନ୍ଦେଙ୍କ ଶିବସେନାର କେତେକ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ତିନିଜଣ ମନ୍ତ୍ରୀଙ୍କ ସହ ୬ ଜଣ ବିଧାୟକ ନିଜକୁ ଏହି ତୀର୍ଥଯାତ୍ରା ଠାରୁ ଦୂରରେ ରଖିଛନ୍ତି। ସେମାନଙ୍କ ମଧ୍ୟରେ ତାନଜୀ ସାୱନ୍ତ, ଗୁଲା ରାଓ ପାଟିଲ, ଅବଦୁଲ ସତ୍ତାର, ସଞ୍ଜୟ ଗାଇକୱାଡ, ଚନ୍ଦ୍ରକାନ୍ତ ପାଟିଲ, ମହେନ୍ଦ୍ର ଡାଲଭି ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ଟ୍ରାକ୍‌ରୁ ମୃତଦେହ ମିଳିବା ଘଟଣା: ୫ ଦିନ ହେଲା ରେଳବାଇ ପୋଲିସ ପାଉନାହିଁ ମୁଣ୍ଡ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri