ଗେମ୍‌ଚେଞ୍ଜର ବନିଗଲା ଉତ୍ତର ପ୍ରଦେଶ, କାହିଁକି ଖସିଲା ଭାଜପା? 

ନୂଆଦିଲ୍ଲୀ,୫ା୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ୨୯୨ ଆସନରେ ଜିତିଥିବା ବେଳେ କଂଗ୍ରେସ ହାତକୁ ଆସିଛି ୨୩୪ ଆସନ। କିଛି ରାଜ୍ୟରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଭାଜପା ଶାସିତ ରାଜ୍ୟରେ ସ୍ଥିତି ଖରାପ ରହିଛି। ଉତ୍ତର ପ୍ରଦେଶର ସମସ୍ତ ୮୦ ଆସନ ଜିତିବା ନେଇ ଦାବି କରୁଥିବା ଭାଜପା ମାତ୍ର ୩୩ ଆସନ ହାସଲ କରିପାରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚାଇଥିବା ଏହି ରାଜ୍ୟ ଚଳିତ ନିର୍ବାଚନରେ କେମିତି ଏତେ କମ୍‌ ସିଟ୍‌ରେ ବିଜୟୀ ହେଲା? କେମିିତି ରାହୁଲ ଗାନ୍ଧୀ ଏବଂ ଅଖିଳେଶଙ୍କ ଯୋଡ଼ି ଭାଜପାର ଖେଳ ବିଗାଡ଼ିଲେ?
ଉତ୍ତର ପ୍ରଦେଶରେ ଭାଜପା ନେତୃତ଼୍ବାଧୀନ ଏନ୍‌ଡିଏ ୩୬ ସିଟ୍‌ ଏବଂ ସପା-କଂଗ୍ରେସ ମେଣ୍ଟ ୪୩ ସିଟ୍‌ ଜିତିଛି । ଅନ୍ୟପଟେ ବସପାକୁ ଏକା ନିର୍ବାଚନ ଲଢ଼ିବା ମହଙ୍ଗା ପଡ଼ିଛି। ଫଳରେ ୟୁପିରେ ଖତା ଖୋଲିପାରିନି ବସପା।
ସପା ମୁଖ୍ୟ ଅଖିଳେଶ୍‌ ଯାଦବ ଚଳିତ ନିର୍ବାଚନରେ ପଛୁଆ ବର୍ଗ, ଦଳିତ ଏବଂ ସଂଖ୍ୟାଲଘୁଙ୍କୁ ନିଜ ଭୋଟ ବ୍ୟାଙ୍କ ବନାଇ ଏତେ ସିଟ୍‌ ଜିତିଥିବା ଚର୍ଚ୍ଚା ହେଉଛି। ଏହି ଫର୍ମୁଲା ସହିତ ସମ଼୍ବିଧାନ ଏବଂ ଆରକ୍ଷଣକୁ ମୁଦ୍ଦା କରି ବିରୋଧୀ ଭାଜପାକୁ ଟାର୍ଗେଟ୍‌ କଲେ। ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ବାହାରିବା ପରେ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri