ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍‌ଏସି ଚେକ୍‌ ଗେଟ୍‌ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ତରାଶ ଗ୍ରାମର ମହେଶ୍ବର ଦଳାଇ ଓରଫ ଜଗନ ଏବଂ ଗଣେଶ ବେହେରା। କେସ୍‌ ନଂ୧୮୨/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ମଙ୍ଗଳବାର ସକାଳ ପ୍ରାୟ ୮ ଟାରେ ଗଜପତି ଜିଲା ଆର.ଉଦୟଗିରି ଥାନା ପି. ସଇଲାଙ୍ଗ ଗ୍ରାମର କପଡ଼ା ବ୍ୟବସାୟୀ ଅଇମୋଷ ପାଣି ତାଙ୍କ ଭିଣୋଇ ଦିଲରାଜ ଛିଞ୍ଚାଣିଙ୍କ ସହ ବାଇକ (ନଂ. ଓଡ଼ି ୨୦ ବି -୨୦୪୯) ଯୋଗେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ଯାଉଥିବା ବେଳେ ଦିଗପହଣ୍ଡି ଏନ୍‌ଏସି ଚେକ୍‌ ଗେଟ୍‌ ହନୁମାନ ଛକ ନିକଟରେ ଅଭିଯୁକ୍ତ ଦ୍ବୟ ବାଇକକୁ ଅଟକାଇ ଥିଲେ। ଉଭୟେ ସେମାନଙ୍କୁ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇ ଦ୍ରୁତଗତିରେ ବାଇକ୍‌ ଚଳାଉ ଥିବାରୁ ୩୨ ଶହ ଟଙ୍କା ଚାଲାଣ କାଟିବାକୁ ବାଧ୍ୟ କରିଥିଲେ। ସେମାନେ ମନା କରିବାରୁ ୧ ହଜାର ଟଙ୍କା ଦେବାକୁ କହିଥିଲେ। ପରେ ସେମାନେ ମନା କରିବାରୁ ଉଭୟେ ତାଙ୍କୁ ମାଡ଼ ମାରି ଟଙ୍କା ଥିବା ତାଙ୍କ ବ୍ୟାଗକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ପରେ ଥାନାକୁ ଚାଲ ବୋଲି କହି ଉଭୟଙ୍କୁ ବାଇକ୍‌ରେ ବସାଇ ଥାନା ଅଭିମୁଖେ ଗଲାବେଳେ ପୋଲିସକୁ ଦେଖି ଜଣେ ଅଭିଯୁକ୍ତଙ୍କ ବାଇକ୍‌ଟି ରାସ୍ତାକଡ଼କୁ ଖସି ପଡ଼ିଥିଲା। ବ୍ୟବସାୟୀ ଅଇମୋସ ଥାନା ମଧ୍ୟକୁ ଦୌଡ଼ି ଯାଇ ଉପସ୍ଥିତ ଥାନା କର୍ମଚାରୀଙ୍କୁ ଘଟଣା କହିଥିଲେ। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ କାବୁକରି ଥାନାକୁ ଉଠାଇ ଆଣିଥିଲେ। ଏନେଇ ଏତଲା ହେବା ପରେ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ୍‌.ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ସେମାନଙ୍କ ନିକଟରୁ ଲୁଟ୍‌ରେ ବ୍ୟବହୃତ ବାଇକ୍‌ (ନଂ. ଓଡ଼ି ୩୩ ଏଆର -୦୧୬୮),୧ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌, ୨ ଟି ମୋବାଇଲ ଫୋନ୍‌, ମହେଶ୍ୱରଙ୍କ ଆଧାର କାର୍ଡ, ମନିପର୍ସରେ ଥିବା ୫୧୦ ଟଙ୍କା, ଏଟିଏମ୍‌ କାର୍ଡ ଜବତ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri