Posted inଜାତୀୟ

ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ, ୧୯।୧୨(ପି.ଟି.): କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସେମାନଙ୍କ ଆଗରେ ମୁଣ୍ଡ ନୁଆଇବା ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଶୁକ୍ରବାର କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ମଧ୍ୟପ୍ରଦେଶର କିଷାନ ମହାସମ୍ମିଳନୀକୁ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ଚାଷୀଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୩ କୃଷି ଆଇନ କୃଷକଙ୍କ ଜୀବନକୁ ଉନ୍ନତ କରିବ। ତରବରିଆ ଭାବେ ଉକ୍ତ ଆଇନ ପାର୍ଲାମେଣ୍ଟରେ ଗୃହୀତ ହୋଇନାହିଁ, ଦୀର୍ଘ ଦଶନ୍ଧି ଧରି ଏହା ଉପରେ ଆଲୋଚନା ଚାଲିଥିଲା। ଏବେ ଏହି ଆଇନକୁ ବିରୋଧ କରଥିବା ଦଳଗୁଡ଼ିକ ନିର୍ବାଚନୀ ଇସ୍ତାହାରରେ କୃଷି ସଂସ୍କାର ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ନୂତନ କୃଷି ଆଇନକୁ ନେଇ ମିଛ ପ୍ରଚାର ଚାଲିଛି। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏହା ପରେ ଯଦି କୃଷକମାନଙ୍କର କୌଣସି ଚିନ୍ତା ରହିଛି, ତେବେ ସରକାର ନତମସ୍ତକ ହୋଇ ସେମାନଙ୍କ କଥା ଶୁଣିବେ। ଚାଷୀଙ୍କ ଲାଭ ହିଁ ସରକାରଙ୍କ ପ୍ରାଥମିକତା। ଏହି ଅବସରରେ ମୋଦି ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଥିଲେ। ସେମାନେ କୃଷି ଆଇନକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ସେ ତାଙ୍କ ସରକାରର କୃଷି ରିପୋର୍ଟ କାର୍ଡ ସହ ପୂର୍ବ ସରକାରର ରିପୋର୍ଟ କାର୍ଡକୁ ତୁଳନା କରିଥିଲେ। ବିରୋଧୀ ଦଳଗୁଡ଼ିକ ପରାଜିତ କ୍ଷେତ୍ରରେ ସ୍ଥିତି ସୁଧାରିବାକୁ କୃଷକଙ୍କୁ ବିଭ୍ରାନ୍ତ କରୁଛନ୍ତି। କେନ୍ଦ୍ରକୁ ଟାର୍ଗେଟ କରିବାକୁ ଯାଇ କୃଷକଙ୍କ କାନ୍ଧକୁ ବିରୋଧୀ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri