ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର ଗାତ ଖୋଳା ଯାଇଛି। ତେବେ ପିଲର ଗାତ ଖୋଳି ୧ମାସ ହେଲା ପକାଯାଇଛି ା କାମରେ ବିଳମ୍ବ କରାଯାଉଥିବାରୁ ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ର ବାରଣ୍ଡା ଓ ସିଡି ତଳେ ବସି ପାଠ ପଢ଼ୁଛନ୍ତି। ଅନ୍ୟପକ୍ଷେ ପିଲର ଗାତ ସରକାରୀ ନିୟମ ମୁତାବକ ଖୋଳାଯାଇ ନ ଥିବାର ଅଭିଯୋଗ ହୋଇଛି। ପିଲର ଗାତକୁ ଅଳ୍ପ ଖୋଳାଯାଇ ପ୍ରାୟ ୧ ମାସ ପକାଇ ରଖା ଯିବା ପରେ ଅସନ୍ତୋଷ ବଢ଼ିଛିି। ବର୍ଷା ଯୋଗୁ ପିଲରୁ ବାହାରିଥିବା ମାଟି ରାସ୍ତା ଉପରେ ପଡି କାଦୁଅ ହୋଇଥିବାରୁ ଯାତାୟତରେ ଅସୁବିଧା ହୋଇଛି। ପୁଣି ପିଲର ଗାତ ସ୍କୁଲ ବାଟରେ ରହିଥିବାରୁ ଛାତ୍ରୀଛାତ୍ର ଓ ଗଁାଲୋକ ଗାତରେ ପଡି ଆହତ ହେଉଛନ୍ତି। ପିଲର କରିବା ପାଇଁ ଲୋକାଲ ରଡ ଆସିଥିବାରୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏଭଳିସ୍ଥଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଖି ବ୍ଲକ ଜେଇ ଛଡ ଫେରାଇ ନେଇ ଅନ୍ୟ ଛଡ ଆଣିଛନ୍ତି। ସ୍କୁଲ ଗୃହ ନିର୍ମାଣ ପୂର୍ବରୁ ଜେଇଙ୍କ କାମରେ ବିଳମ୍ବ ଓ ନିମ୍ନମାନର ଉପକରଣ ଷ୍ଟକ ରଖିବା ସନ୍ଦେହଘେରକୁ ଆସିଛି।

ଏନେଇ ଘଡୁଆଳର ଆଲୋକ ବିଶ୍ୱାଳ କୁହନ୍ତି, ପିଲର ପାଇଁ ମାଟି ଖୋଳା ହେଲା ହେଲେ ସେହି ମାଟିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାନି। କିଛି ମାଟି ଗଁାର ରାସ୍ତା ଉପରେ ପଡି କାଦୁଅ ହେଉଛି। ଆଉ କିଛି ପିଲର ଗାତ ପାଖରେ ପଡି ରହିଛି। ପିଲର ଗାତ ଛୋଟ ଖୋଳା ଯାଇଛି। ବର୍ଷା ଯୋଗୁ ତାହା ପୋତି ହେବାକୁ ବସିଛି। ଅନ୍ୟପକ୍ଷେ ସ୍କୁଲ ବାଟରେ ପିଲର ଗାତ ହୋଇଥିବାରୁ ଛାତ୍ରୀଛାତ୍ର, ଅଙ୍ଗନୱାଡି ଶିଶୁ ଓ ଗାଁ ଲୋକ ଆହତ ହେଉଛନ୍ତି। ଘର ନିର୍ମାଣ ପାଇଁ ଏକ ଅସ୍ଥାୟୀ ଗୋଦାମ ଘର ତିଆରି କରାଯାଇନାହିଁ। ବ୍ଳକ ଜେଇ ଶ୍ରେଣୀଗୃହରେ ସିମେଣ୍ଟ ରଖିବାରୁ ଛାତ୍ରୀଛାତ୍ର ବସିବାକୁ ସ୍ଥାନ ମିଳୁନି। କାମ ତ୍ୱରାନ୍ବିତ ଓ ଭଲ ଉପକରଣ ନ ଲଗାଇଲେ ଗାଁ ଲୋକ ବିରୋଧ କରିବେ ବୋଲି କହିଛନ୍ତି। ଘଡୁଆଳ ବାସିନ୍ଦା ଶାନ୍ତିଲତା ପ୍ରଧାନ କୁହନ୍ତି, ବର୍ଷା ଋତୁରେ ସ୍କୁଲ ଗୃହ ନିର୍ମାଣ ଆରମ୍ଭ ହେଉଛି। ଯଦି କାମ ଆରମ୍ଭ କରାଗଲା ତେବେ ପିଲର ଗାତ କରି କାହିଁକି ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଖୋଲା କରି ରଖାଯାଇଛି। ପ୍ରତିଦିନ ସେହି ଗାତରେ ପଡି ଲୋକମାନେ ଆହତ ହେଉଛନ୍ତି। ଅଭିଯୋଗ କଲେ ଜେଇ ଶୁଣୁ ନାହାନ୍ତି। ଏଣୁ ଗଁାଲୋକ ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି।

ଛାତ୍ରୀ ପୂଜା ଶତପଥୀ କୁହନ୍ତି, ନିର୍ମାଣକାରୀ ସଂସ୍ଥା ଗୃହ ନିର୍ମାଣ ଉପକରଣ ରଖିବା ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିବା ଦରକାର। ସ୍କୁଲ ଗୃହ ବ୍ୟବହାର କରୁଥିବାରୁ ସ୍ଥାନ ଅଭାବ ଦେଖା ଦେଇଛି। ପିଲା ବାରଣ୍ଡାରେ ଓ ସିଡି ତଳେ ପଢ଼ୁଛନ୍ତି। ପୁଣି ପିଲର କାମ ଶୀଘ୍ର କରାଯାଉ ନ ଥିବାରୁ ସହପାଠୀମାନେ ଅଧିକାଂଶ ସମୟରେ ପଡି ଆହତ ହେଉଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ମୋ ସ୍କୁଲ ସଭାପତି ରଞ୍ଜନ ଭଟ କୁହନ୍ତି, ନିର୍ମାଣ କାମ ତ୍ୱରାନ୍ବିତ ହେବା ଦରକାର। ପିଲର ଗାତ ଖୋଳି ବହୁଦିନ ଧରି ରଖିବା ଦ୍ୱାରା ଅନେକ ଆହତ ହେଲେଣି। ପୁଣି ଛଡ ନିମ୍ନମାନର ଥିବାରୁ ଶ୍ରେଣୀଗୃହର ସ୍ଥାୟିତ୍ୱ ରହିବନି। ୫-ଟି ଯୋଜନାରେ ଘର ହେଉଛି, ଭଲରେ ତିଆରି ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ବାରିକ କୁହନ୍ତି, ହାଇସ୍କୁଲର ବେଶି ସ୍ଥାନ ନାହିଁ। ସ୍କୁଲଟି ପୁଣି ନିଜ ନାଁରେ ନାହିଁ। ୧୯୫୪ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୮୦ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ତଳ ମହଲାରେ ୩ ଶ୍ରେଣୀ ଓ ଉପର ମହଲାରେ ୫ ଶ୍ରେଣୀ ଗୃହ ରହିଛି। ୧୦ ଟି ଶ୍ରେଣୀର ପିଲା ୮ଟି ରୁମରେ ବସିବା ସହ ବାରଣ୍ଡା ଓ ଶିଡ଼ି ତଳେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଶ୍ରେଣୀ ଗୃହ ନିର୍ମାଣ ପରେ ସମସ୍ୟା ହଟିବ। ଅନ୍ୟପକ୍ଷେ ୧୦ ଶିକ୍ଷକଙ୍କ ମଧ୍ୟରୁ ୩ଜଣ ଛୁଟିରେ ରହି ଆନ୍ଦୋଳନରେ ଓ ଆଉ ୩ ଜଣ ଗତ ୧୨ରୁ ୧୬ ପର୍ଯ୍ୟନ୍ତ ତାଲିମ ପାଇଁ ଯାଇଛନ୍ତି। ଏଣୁ ସ୍ବଳ୍ପ ଦିନ ପାଇଁ ପାଠପଢ଼ାରେ ଅସୁବିଧା ଉପୁଜୁଛି। କିଛି ଦିନ ପରେ ପାଠପଢ଼ା ଠିକ୍‌ ହୋଇ ବୋଲି କହିଛନ୍ତି। ବିଡିଓ ପଦ୍ମ ଚରଣ ସାହୁ କୁହନ୍ତି, ପିଲର ଗାତ ୧ମାସ ନୁହେଁ ୧୦ରୁ ୧୨ଦିନ ହେଲା ଖୋଳା ଯାଇଛି। ଜେଇଙ୍କ ଦେହ ଅସୁସ୍ଥ ହେବାରୁ କାମ ବିଳମ୍ବ ହୋଇଛି। ତେବେ ନିମ୍ନମାନର ଉପକରଣ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାମ ତ୍ୱରାନ୍ବିତ ହେବା ସହ ଭଲ ଉପକରଣ ଲାଗିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri