ପୁନଃ ଟେଣ୍ଡର କରି ଶୀଘ୍ର କାମ ଶେଷ କର

ଯାଜପୁର,୧୩ା୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ନିର୍ମାଣାଧୀନ ବସତି କଲୋନୀରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଉପରେ ଲୋକାୟୁକ୍ତଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଭିଜିଲାନ୍ସ ତଦନ୍ତ ରିପୋର୍ଟକୁ ଆଧାର କରି ତୁରନ୍ତ ପୁନଃ ଟେଣ୍ଡର କରି ନିର୍ଦ୍ଧାରିତ ସମୟ ସୀମାରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ହେବା ସହ ପ୍ରକଳ୍ପଟି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ନ ପାରିବା ପଛରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାମର୍ଥ୍ୟତା ହିଁ ଦାୟୀ। ଉକ୍ତ ନିର୍ଦ୍ଦେଶରେ ଆହୁରି ଦର୍ଶାଯାଇଛି ଯେ, ସମ୍ପୃକ୍ତ ଅଧିକାରୀମାନେ ଠିକାଦାରଙ୍କ ସହିତ ହୋଇଥିବା ଚୁକ୍ତିକୁ ବାତିଲ କରିବା ସହ ଜରିମାନା ଆଦାୟ କରିବା ଉଚିତ ଥିଲା। କାର୍ଯ୍ୟର ମାପ ଆଧାରରେ ଦେୟଗୁଡ଼ିକ କଡ଼ାକଡ଼ି କରାଯାଇଛି। ଭିଜିଲାନ୍ସ ତଦନ୍ତ ସମୟରେ କୌଣସି ବେଆଇନ କିମ୍ବା ଆର୍ଥିକ ଅନିୟମିତତା ହୋଇନାହିଁ। ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଗ, ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ)ର ପରିଚାଳନା ଟ୍ରଷ୍ଟି ତଥା ଜିଲାପାଳ ପ୍ରାଥମିକତା ଭିତ୍ତିରେ ଉକ୍ତ ପ୍ରକଳ୍ପର ପୁନଃ ନିର୍ମାଣ ଏବଂ ସମାପ୍ତ କରିବା ପାଇଁ ତତ୍ପରତା ପ୍ରକାଶ କରିବେ। ଫଳରେ ମାଙ୍କଡ଼ିଆ ଜନଜାତିର ପରିବାରବର୍ଗ ପୁଣି ଉପକୃତ ହୋଇପାରିବେ। ଏହାକୁ ଗୁରୁତ୍ୱ ଦେଇ ଏହି ମାମଲାକୁ ବନ୍ଦ କରି ଦିଆଗଲା ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ହୋଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ମାଙ୍କଡ଼ିଆ ଜନଜାତିଙ୍କ ପାଇଁ ନିର୍ମାଣ ହେଉଥିବା ବସତି କଲୋନୀ ଅତି ନିମ୍ନମାନର ହେଉଥିବା ନେଇ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ କ୍ରମେ ଲୋକାୟୁକ୍ତରେ ୩୪୬/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ଲୋକାୟୁକ୍ତ ଗ୍ରହଣ କରି ଭିଜିଲାନ୍ସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଅନୁସାରେ ମାଙ୍କଡ଼ିଆ ଜନଜାତି ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର ଓ କଳାହାଣ୍ଡି ଜିଲାରେ ଏହି ଜନଜାତିମାନେ ବସବାସ କରିଥାନ୍ତି। ଏମାନେ ପାର୍ଟିକୁଲାର ଭୁଲନେରେବୁଲ ଟ୍ରାଇବାଲ ଗ୍ରୁପ(ପିଭିଟିଜି) ବର୍ଗ ଅଧୀନରେ ଆସୁଛନ୍ତି। ବର୍ତ୍ତମାନ ଏହି ସମ୍ପ୍ରଦାୟର ୮୭ ପରିବାର କାଳିଆପାଣି ଖଣି ନିକଟସ୍ଥ ମଲ୍ଲାରସାହି ଗ୍ରାମରେ ବସବାସ କରୁଛନ୍ତି। ପ୍ରତ୍ୟେକ ପରିବାରକୁ ଘର ସମେତ ପାନୀୟ ଜଳ, ପାଇଖାନା, ଗାଧୋଇବା ଘର, ବିଦ୍ୟୁତ୍‌ ସଂଯୋଗ ଆଦି ଯୋଗାଇ ଦେବାକୁ ଡିଏମ୍‌ଏଫ ପାଣ୍ଠିରୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ମଞ୍ଜୁର ପାଣ୍ଠିରୁ ପ୍ରାୟ ୮୭ ପ୍ରତିଶତ ଖର୍ଚ୍ଚ ହୋଇସାରିଛି। ଏହାସହ ଘର ସମେତ ଅନ୍ୟାନ୍ୟ ଅନୁଷଙ୍ଗିକ ସୁବିଧା ୨୧ା୨ା୨୦୨୦ ସୁଦ୍ଧା ଶେଷ ହେବା କଥା। କିନ୍ତୁ ଏହି ଅବଧିର ୪ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ମାଙ୍କଡ଼ିଆ ଜନଜାତି ପରିବାରଙ୍କ ପାଇଁ ପକ୍କା ଘର ଏଯାଏ ସପନ ହୋଇଛି।
ଉକ୍ତ ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ବୈଷୟିକ ତଦନ୍ତ ହୋଇଥିଲା। ଉକ୍ତ ତଦନ୍ତରେ ପ୍ରକଳ୍ପଟି ନିର୍ମାଣାଧୀନ ରହିଛି। ତେବେ କାର୍ଯ୍ୟରେ ଅବହେଳା ଓ ବିଳମ୍ବ ଯୋଗୁ ଠିକାସଂସ୍ଥାକୁ ୧୫,୧୨,୩୪୦ ଟଙ୍କା ଜରିମାନା ହୋଇଛି। ସମ୍ପୃକ୍ତ ଠିକାସଂସ୍ଥାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୫ଟି ଇନଷ୍ଟାଲମେଣ୍ଟରେ ୨ କୋଟି ୫୧ ଲକ୍ଷ ୭ ହଜାର ୭୫ ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟର ମାପ ଅନୁସାରେ ଏହି ଅର୍ଥ ପ୍ରଦାନ ହୋଇଛି। ତେବେ ଉକ୍ତ ପ୍ରକଳ୍ପ ଯଦି ସମ୍ପୂର୍ଣ୍ଣ ନ ହେବ, ତେବେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରିବ ନାହିଁ। ଏହାସହ ସରକାରଙ୍କ ଉପରୋକ୍ତ ଅର୍ଥ ବ୍ୟୟ ମୂଲ୍ୟହୀନ ହେବ। ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଛି। ଇତିମଧ୍ୟରେ ୫ଟି ବର୍ଷା ଋତୁ ଅତିକ୍ରାନ୍ତ ହୋଇସାରିଛି। ତେଣୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ପୁଣି ତୁରନ୍ତ ଆରମ୍ଭ ହେଲେ ନିର୍ମାଣ ହୋଇଥିବା ଗୃହଗୁଡ଼ିକ ନଷ୍ଟ ହୋଇଯିବ। ଏହିକ୍ରମରେ ପୁନଃ ଟେଣ୍ଡର ପ୍ରକ୍ରିୟା କରି ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରାଗଲେ ମାଙ୍କଡ଼ିଆ ଜନଜାତି ଉପକୃତ ହୋଇପାରିବେ ବୋଲି ଭିଜିଲାନ୍ସର ବୈଷୟିକ ତଦନ୍ତକାରୀ ଦଳ ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେବେ ଉକ୍ତ ତଦନ୍ତ ରିପୋର୍ଟର କେତେ ସତ୍ୟତା ରହିଛି ତାହାର ନିର୍ମାଣ ହୋଇଥିବା ଘରଗୁଡ଼ିକର ସ୍ଥାୟିତ୍ୱ ଉପରେ ନିର୍ଭର କରିବ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri