ପାଟଣା,୨ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କଲାରା ମୁଣ୍ଡାଙ୍କ କଙ୍କାଳ ଖୋଳି ମଲ୍ଲୀପୋଷି ଓଡିଶା ଗ୍ରାମୀଣ ବ୍ୟାଙ୍କ ଗ୍ରୀଲ୍ ସମ୍ମୁଖରେ ରଖିବା ପରେ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ ଗାଁକୁ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସୁଅ ଛୁଟିଛି।
ଶନିବାର ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିଭ, ଜାତୀୟ କଂଗ୍ରେସ ସମ୍ପାଦକ ମନୀଷ ଶର୍ମା ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶରେ ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ରାଜ୍ୟ ଆଦିବାସୀ ସେଲ୍ ସଭାପତି ଯଶୋବନ୍ତ ନାରାୟଣ ଲାଗୁରି ଯୋଗ ଦେଇ ଆର୍ଡିସି ସରକାରଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଉଦ୍ୟମ କରୁଛି। ଏଣୁ ଆମେନ୍ୟାୟିକ ତଦନ୍ତ ଦାବି କରୁଛୁ। କଂଗ୍ରେସ ଏମ୍ପି ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଅଭିଜିତ ଜେନା, ଗୋପନ ମାର୍ଥା ସତ୍ୟଜିତ ଦାସ, ପୂର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ, ଜିଲା ସେବଦଳ ଅଧ୍ୟକ୍ଷ ବୀରଭଦ୍ର ମହାନ୍ତ, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲା କଂଗ୍ରେସ ଉପସଭାପତି ଲକ୍ଷ୍ମଣ ଦାଶ, ବିଧାନ ସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ବରିଷ୍ଠ ନେତା ଗ୍ୟାନେନ୍ଦ୍ର ମିଶ୍ର, ଦିଲ୍ଲୀପ କୁମାର ଦାଶ ପ୍ରମୁଖଙ୍କ ସହିତ ଶତାଧିକ ନେତା କର୍ମୀ ସାମିଲ ହୋଇ ଆମେ ଜିତୁ ମୁଣ୍ଡାଙ୍କ ଲଢ଼େଇରେ ସାମିଲ ହୋଇଛୁ ବୋଲି କହିଥିଲେ।
ସେହିଭଳି ଗୁରୁବାର ଦିଲ୍ଲୀ ରାଜ୍ୟ ସଭା ଏମ୍ପି ଓ ଆମ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ନିର୍ଦ୍ଦେଶ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳରେ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାଶ, ଆପ୍ ମୁଖପାତ୍ର ଲଳିତ ମୋହନ ଦାଶଅଧିକାରୀ, ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନ୍ଗୋ, ଜିଲା ସଭାପତି ପ୍ରେମାନନ୍ଦ ସିଂ, ସରୋଜ କୁମାର ନାୟକ, ପାଟଣା ବ୍ଲକ ସଭାପତି ଖଗେଶ୍ୱର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।
ଏହି ସମୟରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଜିତୁ ମୁଣ୍ଡାଙ୍କୁ ଭେଟି ସଞ୍ଜୟ ସିଂଙ୍କ ପକ୍ଷରୁ ୫୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହାସହ ଡିଆନାଳୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ସଞ୍ଜୟ ସିଂ ତାଙ୍କ ଏମ୍ପି ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି।