Posted inଖେଳ

ବୃହତ୍‌ ବିଜୟ ସହ ଆରସିବି ତୃତୀୟ

ଶାରଜା, ୧୩।୧୦: ଏବି ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ, ଅସମାପ୍ତ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିଥିବାବେଳେ ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବିରାଟ କୋହଲିଙ୍କ ଦଳ ୮୨ ରନରେ ବିଜୟୀ ହୋଇଥିଲା। ଚଳିତ ଲିଗ୍‌ରେ ୭ ମ୍ୟାଚରୁ ୫ମ ବିଜୟ ସହ ଆରସିବି ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲକାତା ସମାନ ମ୍ୟାଚରୁ ୩ୟ ପରାଜୟ ବରଣ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଆରସିବି। ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଆରୋନ ଫିଞ୍ଚ୍‌ ଦ୍ରୁତ ହାରରେ ରନ ସଂଗ୍ରହ କରି ପାଓ୍ବାର ପ୍ଲେ ୬ ଓଭରରେ କୌଣସି ଉଇକେଟ ନ ହରାଇ ୪୭ ରନ ସଂଗ୍ରହ କରି ନେଇଥିଲେ। ୬.୨ ଓଭରରେ ଦଳ ର ୫୦ ରନ ପୂରଣ ହୋଇଥିଲା। ଓପନିଂ ଯୋଡ଼ିରେ ୪୬ ବଲ୍‌ରୁ ୬୭ ରନ ଯୋଗ ହେବାପରେ ଆନ୍ଦ୍ରେ ରସେଲଙ୍କ ବଲ୍‌ରେ ବଡ଼ ଶଟ୍‌ ମାରିବାକୁ ଯାଇ ପଡିକାଲ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସେ ୨୩ ବଲ୍‌ରୁ ୩୨(୪ ଚୌକା, ୧ ଛକା) ରନ କରିଥିଲେ। ଅଧିନାୟକ ବିରାଟ କୋହଲି କ୍ରିଜ୍‌ରେ ଯୋଗଦେବାପରେ ରନହାର ଧିମେଇ ଯାଇଥିଲା। ସେ ଅତ୍ୟନ୍ତ ଧିମା ଆରମ୍ଭ କରିଥିବାବେଳେ ୧୩ତମ ଓଭରରେ ଫିଞ୍ଚ୍‌ ଆଉଟ ହୋଇଥିଲେ। ସେ ୩୭ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିଲେ। ୧୩.୧ ଓଭରରେ ଆରସିବି ୧୦୦ ରନ ପୂରଣ କରିଥିଲା। ଏବି ଡିଭିଲର୍ସ କ୍ରିଜରେ ଯୋଗଦେବାପରେ ଆରସିବି ରନହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। କୋହଲି ଧିମା ଖେଳିଥିଲେ ହେଁ ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା। ଡିଭିଲର୍ସ ୩୩ଟି ବଲ୍‌ ଖେଳି ୫ ଚୌକା ଓ ୬ ଛକା ସହାୟତାରେ ୭୩ ରନରେ ଅପରାଜିତ ରହିଥିଲେ। ସେହି ତୁଳନାରେ କୋହଲି ୨୮ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ଚୌକା ମାରି ୩୩ ରନ କରି ପାରିଥିଲେ। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୧୦୦ ରନ ସଂଗ୍ରହ ହୋଇ ପାରିଥିଲା। ସେଥିମଧ୍ୟରେ ଡିଭିଲର୍ସଙ୍କ ୭୩ ରନର ଯୋଗଦାନ ରହିଥିଲା। କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ସ୍କୋରର ପିଛା କରିଥିବା କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଓପନିଂ ସ୍ଲଟରେ ରାହୁଲ ତ୍ରିପାଠୀ ଭଲ ଖେଳୁଥିଲେ ହେଁ ଏହି ମ୍ୟାଚରେ ନବାଗତ ଟମ୍‌ ବାଣ୍ଟନଙ୍କୁ ଓପନିଂ କରିବାକୁ ଦିଆଯାଇ ତ୍ରିପାଠୀଙ୍କୁ ୭ ନମ୍ବର ସ୍ଥାନରେ ପଠା ଯାଇଥିଲା। ଯୁବ ଓପନର ଶୁବମନ ଗିଲ୍‌ କିଛି ସମୟ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ ହେଁ ଅନ୍ୟପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପତନ କୋଲକାତାକୁ ବିପଦରେ ପକାଇଥିଲା। ବାଣ୍ଟନ ୮, ନୀତୀଶ ରାଣା ୯, ଅଭିଜ୍ଞ ଇଅନ ମୋର୍ଗାନ ୮ ଓ ଦୀନେଶ କାର୍ତ୍ତିକ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଭଲ ଖେଳୁଥିବା ଶୁବମନ ୨୫ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ଓଭରପିଛା ଆବଶ୍ୟକ ରନହାର ୧୬ରୁ ଅଧିକ ହେବାରୁ ଆନ୍ଦ୍ରେ ରସେଲ ଓ ତ୍ରିପାଠୀଙ୍କ ଉପରେ ଚାପ ବଢ଼ିଥିଲା। ରସେଲ ୧୦ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୧୬ ରନରେ ଆଉଟ ହେବାସହ କୋଲକାତା ବିଜୟ ଆଶା ଶେଷ ହୋଇଯାଇଥିଲା। ତ୍ରିପାଠୀ ୨୨ ବଲ୍‌ରୁ ୧୬ ରନ କରି ପାରିଥିଲେ। ଆରସିବିର ସମସ୍ତ ବୋଲର ଉଇକେଟ ବାଣ୍ଟି ନେଇଥିଲେ। ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରି ୪ ଓଭର ସ୍ପେଲରେ ମାତ୍ର ୨୦ ରନଦେଇ ୨ଟି ଉଇକେଟ ନେଇଥିଲେ। କ୍ରିସ୍‌ ମୋରିସ ମଧ୍ୟ ୪ ଓଭରରେ ୧୭ ରନଦେଇ ୨ଟି ଉଇକେଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବଦୀପ ସଇନୀ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଡାନା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୯୪/୨ (ଡିଭିଲର୍ସ-୭୩*, ଫିଞ୍ଚ୍‌-୪୭, ପଡିକାଲ-୩୨, କୋହଲି -୩୩*, ରସେଲ-୧/୫୧, ପ୍ରସିଦ୍ଧ-୧/୪୨)। କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ (ଶୁବମନ-୩୪, ମୋରିସ-୨/୧୭, ଓ୍ବାଶିଂଟନ-୨/୨୦, ସଇନୀ-୧/୧୭, ଚହଲ-୧/୧୨, ଉଡାନା-୧/୧୯, ସିରାଜ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri