‘ଓ ମାହି, ଓ ମାହି…’ ଧୋନୀଙ୍କ ସନ୍ୟାସ ଖବରରେ ଭାବୁକ ହେଲେ, ମଇଦାନରେ କଟ୍ଟର ଶତ୍ରୁ ହେଲେ କହିଲେ…

ନୂଆଦିଲ୍ଲୀ,୧୭।୧୧: MS ଧୋନୀଙ୍କ ଆଇପିଏଲ ସନ୍ନ୍ୟାସକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଭାବପୂର୍ଣ୍ଣ ମେସେଜ ଲେଖିଛି। ମଇଦାନରେ ଉଭୟ ଦଳ ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ, କିନ୍ତୁ ‘ମାହି’ଙ୍କ ପାଇଁ ସମସ୍ତଙ୍କ ହୃଦୟରେ ସମ୍ମାନ ରହିଛି। RCB ମଧ୍ୟ ସେହି ସମ୍ମାନ ପ୍ରଦର୍ଶନ କରି ମାହିଙ୍କୁ ବିଦାୟ ଜଣାଇଛି। ସୂଚନାଯୋଗ୍ୟ ଯେ ମଙ୍ଗଳବାର (୧୭ ନଭେମ୍ୱର) ଦିନ CSK ପକ୍ଷରୁ ଧୋନୀଙ୍କ ସନ୍ନ୍ୟାସ ସମ୍ପର୍କରେ ପ୍ରଶଂସକମାନଙ୍କୁ ସୂଚନା ଦିଆଯାଇଥିଲା। ଏହା ସହିତ କୁହାଯାଇଥିଲା ଯେ ଆଗାମୀ ସିଜନ (IPL 2027) ରେ ଧୋନୀ ଫ୍ରାଞ୍ଚାଇଜ ପାଇଁ ମେଣ୍ଟର (Mentor) ଭୂମିକା ଗ୍ରହଣ କରିବେ।

ଧୋନୀଙ୍କ ସନ୍ନ୍ୟାସରେ କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଯାଇଛି। ଅନେକ ପ୍ରଶଂସକ କେବଳ MS ଧୋନୀଙ୍କୁ ମଇଦାନରେ ଦେଖିବା ପାଇଁ ଆଇପିଏଲ ଅପେକ୍ଷା କରୁଥିଲେ। ସନ୍ନ୍ୟାସରେ ସମସ୍ତେ ମାହିଙ୍କୁ ବିଦାୟ ଓ ଶୁଭେଚ୍ଛା ଜଣାଉଛନ୍ତି, ଯେଉଁଥିରେ CSK ର ଚିରପ୍ରତିଦ୍ୱନ୍ଦ୍ୱୀ ଦଳ RCB ମଧ୍ୟ ସାମିଲ ରହିଛି।

ବେଙ୍ଗାଲୁରୁ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛି, “O Mahi, O Mahi।” ଏହାପରେ ଲେଖାଯାଇଛି, “ପ୍ରାୟ ୨ ଦଶନ୍ଧିର ଯାତ୍ରା ଏବଂ ଏକ ଏଭଳି ବିରାସତ, ଯାହା ଟ୍ରଫି, ସ୍ମରଣୀୟ ମୁହୂର୍ତ୍ତ, ଶେଷ ବଲରେ ନିଷ୍ପତ୍ତି ଏବଂ କେବେହେଲେ ନ ଟଳିବା ଭଳି ସଂଯମରେ ପରିପୂର୍ଣ୍ଣ।”

ଏହାପରେ ଆହୁରି ମଧ୍ୟ ଲେଖାଯାଇଛି, “ପ୍ରତ୍ୟେକ ରଙ୍ଗର ପ୍ରଶଂସକଙ୍କୁ ଆପଣ ଯେଉଁ ଖୁସି ଦେଇଛନ୍ତି, ଏବଂ ଯେଉଁଭଳି ଭାବରେ ଆପଣ ଖେଳକୁ ଆଗକୁ ବଢ଼ାଇଛନ୍ତି, ସେଥିପାଇଁ ଅନେକ ଧନ୍ୟବାଦ, ମାହି ଭାଇ।”

ଯଦି ଧୋନୀଙ୍କ ଆଇପିଏଲ କ୍ୟାରିୟରକୁ ନଜର ପକାଯାଏ, ତେବେ ସେ ଦୁଇଟି ଦଳ ପାଇଁ ମୋଟ ୨୭୮ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକର ୨୪୨ଟି ପାଳିରେ ବ୍ୟାଟିଂ କରି ୩୮.୩୦ ର ହାରାହାରି ଏବଂ ୧୩୭.୪୫ ର ଷ୍ଟ୍ରାଇକ ରେଟରେ ୫୪୩୯ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ୍ରୁ ୨୪ଟି ଅର୍ଦ୍ଧଶତକ ଆସିଛି, ଯେଉଁଥିରେ ସର୍ୱାଧିକ ସ୍କୋର୍‌ ୮୪ ରନ ରହିଥିଲା। ଧୋନୀ ମିଳିତ ଭାବରେ ଆଇପିଏଲରେ ସବୁଠାରୁ ସଫଳ ଅଧିନାୟକ ଥିଲେ। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୫ଟି ଟ୍ରଫି ଜିତିଛି। ଧୋନୀଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୧୦ ଥର ଫାଇନାଲ ଖେଳିଛି। କୌଣସି ଶତକ ହାସଲ ନକରି ମଧ୍ୟ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳି ହେଉଛନ୍ତି ଧୋନୀ।

 

Share