ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬୨୫:  ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ ହେଇଯାଏ। ଏହା ଭବିଷ୍ୟତରେ କୌଣସି ଆଇନଗତ କିମ୍ବା କାଗଜପତ୍ର ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ। ଯଦି ଆପଣ ନୂଆ ଗାଡ଼ି କିଣି ପୁରୁଣା ଗାଡ଼ି ବିକୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ।
କେଉଁ ଫର୍ମ ପୂରଣ କରିବେ?
ଗାଡ଼ିର ମାଲିକାନା ବଦଳାଇବା ପାଇଁ ଫର୍ମ ୨୯ ଓ ଫର୍ମ ୩୦ ପୂରଣ କରିବା ବାଧ୍ୟତାମୂଳକ। ଏହି ଫର୍ମଗୁଡ଼ିକ ଆପଣ RTO ଅଫିସ୍‌ରୁ ନେଇପାରିବେ କିମ୍ବା parivahan.gov.in ଓ୍ବେବସାଇଟ୍‌ରୁ ଡାଉନଲୋଡ୍‌ କରିପାରିବେ।
ଯଦି ଗାଡ଼ିକୁ ଅନ୍ୟ ରାଜ୍ୟକୁ ନେଉଛନ୍ତି, ତେବେ ପୁରୁଣା RTO ଠାରୁ ଫର୍ମ ୨୮ (NOC) ଆଣିବାକୁ ପଡ଼ିବ।
ଯଦି ଗାଡ଼ି ଲୋନ୍‌ରେ କିଣାଯାଇଥିଲା, ତେବେ ବ୍ୟାଙ୍କ୍‌ରୁ  NOC ଓ ଫର୍ମ ୩୫ ମଧ୍ୟ ଲଗାଇବାକୁ ପଡ଼ିବ, ଯାହାଦ୍ୱାରା ଗାଡ଼ି ଉପରେ କୌଣସି ଲୋନ୍‌ ବକେୟା ନାହିଁ ବୋଲି ପ୍ରମାଣିତ ହେବ।RC ଟ୍ରାନ୍ସଫର କରିବାର ଦୁଇଟି ସହଜ ଉପାୟ
୧. ଅନଲାଇନ୍‌ (ସବୁଠାରୁ ସହଜ)
୨. ଅଫଲାଇନ୍‌ (RTO ଅଫିସ୍‌କୁ ଯାଇ)
ଅନଲାଇନ୍‌ରେ କେମିତି କରିବେ?

  • parivahan.gov.in ରେ ଯାଇ “Vehicle Related Services” ବାଛନ୍ତୁ
  • ନିଜ RTO ବାଛନ୍ତୁ
  • “Transfer of Ownership” ଉପରେ କ୍ଲିକ୍‌ କରନ୍ତୁ
  • ଗାଡ଼ି ନମ୍ବର ଓ ଚେସିସ୍‌ ନମ୍ବରର ଶେଷ ୫ଟି ଅଙ୍କ ଭରନ୍ତୁ
  • ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ
  • ଅନଲାଇନ୍‌ରେ ଫିସ୍‌ ଦିଅନ୍ତୁ (ରାଜ୍ୟ ଓ ଗାଡ଼ି ଅନୁଯାୟୀ ଭିନ୍ନ ହେଇଥାଏ; ଦୁଇଚକିଆ ଗାଡ଼ି ପାଇଁ ସାଧାରଣତଃ ୩୦୦ରୁ ୫୦୦ ଟଙ୍କା)

ଗୁରୁତ୍ୱପୂର୍ଣ୍ଣ କଥା
କେତେକ ରାଜ୍ୟରେ RC ଟ୍ରାନ୍ସଫର ପାଇଁ ବାୟୋମେଟ୍ରିକ୍‌ ଯାଞ୍ଚ ବାଧ୍ୟାମୂଳକ। ଆବଶ୍ୟକ ହେଲେ ଅନଲାଇନ୍‌ରେ ହିଁ ନିକଟସ୍ଥ RTO ପାଇଁ ସ୍ଲଟ୍‌ ବୁକ୍‌ କରି ସ୍ଲିପ୍‌ ପ୍ରିଣ୍ଟ ନେଇ ଯାଇ ବାୟୋମେଟ୍ରିକ କରାଇ ପାରିବେ। ପୂରା ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩୦ ଦିନ ଲାଗିପାରେ।
ତେଣୁ ଗାଡ଼ି କିଣାବିକା କରୁଛନ୍ତି ତେବେ RC ଟ୍ରାନ୍ସଫରକୁ ବିଳମ୍ବ ନକରି ଅନଲାଇନ୍‌ରେ ହିଁ ସାରିଦିଅନ୍ତୁ – ସମୟ ଓ ଟଙ୍କା ଦୁଇଟି ବଞ୍ଚିବ!


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri