Posted inଜାତୀୟ

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ ରେଟ୍‌ ବଢ଼ାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୩ ଦିନ ଧରି ଚାଲିଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପରେ ସୁଧହାର ୫.୪୦%ରୁ ୫.୯୦%କୁ ବଢ଼ିଛି। ୨୦୧୯ ଏପ୍ରିଲ ପରେ ଏହା ହେଉଛି ସର୍ବୋଚ୍ଚ ସୁଧହାର, ଯାହା ସପକ୍ଷରେ ଏମ୍‌ପିସିର ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମତ ଦେଇଥିଲେ। ରେପୋ ରେଟ୍‌ ବଢ଼ିବା ପରେ ଗାଡ଼ି, ଘର ସମେତ ଅନ୍ୟାନ୍ୟ ଋଣର ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟଲମେଣ୍ଟ (ଇଏମ୍‌ଆଇ) ବା ମାସିକ କିସ୍ତି ଅଧିକ ଦେବାକୁ ପଡ଼ିବ।
କରୋନା ମହାମାରୀ ସମୟରେ ୨ ବର୍ଷ ଧରି ରେପୋ ରେଟ୍‌ ବଢ଼ି ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମହଙ୍ଗା ହାର ବଢ଼ିବାରେ ଲାଗିଥିବାରୁ ରିଜର୍ଭ ବ୍ୟାଙ୍କ ମୁଦ୍ରସ୍ଫୀତି ନିୟନ୍ତ୍ରଣ ପାଇଁ ରେପୋ ରେଟ୍‌ ମଧ୍ୟ ବଢ଼ାଇ ଚାଲିଛି। ବିଗତ ୫ ମାସ ମଧ୍ୟରେ ସାଧାରଣ ଜନତାଙ୍କୁ ଏହା ହେଉଛି ଆର୍‌ବିଆଇର ଚତୁର୍ଥ ଝଟ୍‌କା। ଏହାର ପ୍ରତ୍ୟକ୍ଷ ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବ। ସୁଧହାର ବଢ଼ିଲେ ସାମଗ୍ରୀଗୁଡ଼ିକର ଚାହିଦା କମିବ। ଲୋକେ ନିଜ ଖର୍ଚ୍ଚ ହ୍ରାସ କରି ବଜେଟକୁ ସଙ୍କୁଚିତ କରିବାକୁ ବାଧ୍ୟହେବେ। କାରଣ ପୂର୍ବରୁ କୌଣସି ଋଣ ବାବଦକୁ ଯେତିକି ପରିମାଣର ସୁଧ ଦେଉଥିଲେ ଏବେ ତହିଁରୁ ଅଧିକ ପଇଠ କରିବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କ ସ୍ଥାନୀୟ ବ୍ୟାଙ୍କଗୁଡ଼ିକଠାରୁ ନେଉଥିବା ସୁଧ ବଢ଼ାଇଥିବାରୁ ସେଗୁଡ଼ିକ ଋଣଗ୍ରହୀତାମାନଙ୍କଠାରୁ ନେଉଥିବା ସୁଧ ବଢ଼ାଇବା ଥୟ। ସଞ୍ଚୟ ଯୋଜନା ଓ ରିଟେଲ୍‌ ଲୋନ୍‌କୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏମ୍‌ପିସି ବୈଠକ ପରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପେକ୍ଷୀରେ ଭୂରାଜନୈତିକ ଉତ୍ତେଜନା ଏବଂ ବୈଶ୍ୱିକ ଆର୍ଥିକ ବଜାରରେ ଉଦ୍‌ବିଗ୍ନତାରୁ ସୃଷ୍ଟ ଅନିଶ୍ଚିତତା ଲାଗିରହିଛି। ଏହି ପୃଷ୍ଠଭୂମିରେ ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏମ୍‌ପିସି ବୈଠକରେ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ସ (ବିପିଏସ୍‌) ବୃଦ୍ଧିର ଆବଶ୍ୟକତା ଅନୁଭୂତ ହୋଇଛି। ଏହି ପଦକ୍ଷେପ ଭାରତୀୟ ଅର୍ଥନୀତିର ମଧ୍ୟମ ଅବଧି ଅଭିବୃଦ୍ଧିରେ ସହାୟକ ହେବ। ଖୁଚୁରା ମୁଦ୍ରାସ୍ଫୀତି ବଢ଼ି ବଢ଼ି ସହିବାର ସର୍ବୋଚ୍ଚ ସୀମାରେ ପହଞ୍ଚତ୍ଛି। ସାରା ବିଶ୍ୱରେ କ୍ରୁଡ୍‌ ଅଏଲ୍‌ ସମେତ ଅନ୍ୟ କମୋଡିଟିଜ୍‌ (ସାମଗ୍ରୀ)ର ସଦ୍ୟ ଦର ହ୍ରାସ ବଜାୟ ରହିଲେ ଆସନ୍ତା କିଛି ମାସ ମଧ୍ୟରେ ମୂଲ୍ୟ ବୃଦ୍ଧିଜନିତ ଚାପ ଓ ବୋଝ ଲାଘବ ହୋଇପାରେ ବୋଲି ଶକ୍ତିକାନ୍ତ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ୍‌ ୧୯ ମହାମାରୀ ପରେ ୟୁକ୍ରେନ୍‌ ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତୀୟ ଅର୍ଥନୀତିର ଆହ୍ବାନ ମୁକାବିଲା ଦକ୍ଷତା ମାକ୍ରୋଇକୋନୋମିକ୍‌ର ପ୍ରଦର୍ଶନରେ ସ୍ଥିରତା ଆଣିଛି।
ସେହିପରି ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ପୂର୍ବରୁ ୭.୮% ରହିବ ବୋଲି ଆକଳନ କରାଯାଇଥିଲା। ଗତ ଏପ୍ରିଲରେ ଆର୍‌ବିଆଇ ଏହି ଅନୁମାନକୁ ୭.୨%କୁ ଖସାଇ ଦେଇଥିଲା। ବିଶ୍ୱ ବଜାରର ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ଏହାକୁ ବର୍ତ୍ତମାନ ୭%ରେ ସୀମିତ ରଖାଯାଇଛି। ତେବେ ଅଗଷ୍ଟରେ କଞ୍ଜୁମର ପ୍ରାଇସ୍‌ ଇନ୍‌ଫ୍ଲେଶନ (ସିପିଆଇ)କୁ ବୃଦ୍ଧି ପାଇଥିବାବେଳେ ୨୦୨୨-୨୩ରେ ଖୁଚୁରା ମୁଦ୍ରାସ୍ଫୀତି ୬.୭% ରହିବା ନେଇ ଏମ୍‌ପିସି ଅନୁମାନ କରିଛି। ଅନ୍ୟପକ୍ଷେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଜୁନ୍‌ ତ୍ରୈମାସିକରେ ୧୩.୫% ରହିଛି, ଯାହାକି ଆର୍‌ବିଆଇର ଅନୁମାନଠାରୁ କମ୍‌। ଆମେରିକାର ବଣ୍ଡ୍‌ ଇଲ୍ଡସ୍‌ ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଥିବାରୁ ଭାରତର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭସ୍‌ (ଫରେକ୍ସ) ରିଜର୍ଭ ୬୭% ହ୍ରାସ ପାଇଛି। ଗତ ୨୩ ତାରିଖରେ ଦେଶର ଫରେକ୍ସ ରିଜର୍ଭ ୫୩୭.୫ ବିଲିୟନ୍‌ ଡଲାର ରହିଥିଲା। ତେବେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ବିଶେଷ ପ୍ରଭାବିତ ହୋଇ ନ ଥିବା ସଦ୍ୟତମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଆଧାରରେ ଶକ୍ତିକାନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri