ଏନବିଏଫସି ଦ୍ୱାରା ସୁଦ୍ଧା ଆଦାୟ ହେଉଥିବା ଅତିରିକ୍ତ ସୁଧହାର ନେଇ ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୨।୧୧: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ସମ୍ପର୍କରେ ଏନବିଏଫସି-ଏମଏଫଆଇ (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ) କମ୍ପାନୀଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ତରଫରୁ, ଏନବିଫସି କମ୍ପାନୀଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ ପାଇଁ ସୃଷ୍ଟି ହୋଇଥିବା ନମନୀୟ ବ୍ୟବସ୍ଥାକୁ ସଠିକ୍ ଭାବରେ ବ୍ୟବହାର କରିବାକୁ କୁହାଯାଇଛି। ସୁଧ ହାର ନିର୍ଣ୍ଣୟ କରିବାବେଳେ ଋଣ ନେଇଥିବା ବ୍ୟକ୍ତିଙ୍କ ଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ ଇଣ୍ଡଷ୍ଟ୍ରି ସଂସ୍ଥା ଫିକି ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ଦ୍ୱାରା ଆୟୋଜିତ ବାର୍ଷିକ ଏଫଆଇ-ବିଏସି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି ବର୍ତ୍ତମାନ ପାଇଁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂସ୍ଥା ଗୁଡିକ ଋଣ ଦେବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ।

ଏନବିଏଫସି ଦ୍ୱାରା ପ୍ରଦାନ କରାଯାଉଥିବା ଅଣ ସୁରକ୍ଷିତ ଋଣ ଗୁଡିକୁ ହ୍ରାସ କରବା ପାଇଁ ଆରବିଆଇ ନିର୍ଦେଶ ଦେବାର ଗୋଟିଏ ଦିନ ପରେ ଶକ୍ତିକାନ୍ତଙ୍କ ଏହି ବୟାନ ଆସିଛି। ନିୟାମକ ଋଣଦାତାମାନଙ୍କୁ ଏଭଳି ଅନିୟମିତ ଅଭିବୃଦ୍ଧିର ବିପଦରୁ ସତର୍କ କରାଇ ଦେଇଛନ୍ତି ଏବଂ ବୁଧବାର ଦାସ କହିଛନ୍ତି ଯେ ଏହି ପଦକ୍ଷେପଗୁଡିକ ଟାର୍ଗେଟ କରାଯାଇଛି ଏବଂ ଏହା ପୂର୍ବ-ମୁକ୍ତ ଅଟେ।

ବିନା କୌଣସି ବନ୍ଧକରେ ଦିଆଯାଇଥିବା କେତେକ ଅସୁରକ୍ଷିତ ଋଣର ଅଭିବୃଦ୍ଧି ବ୍ୟାପକ ପାଇଛି। କ୍ରେଡିଟ କାର୍ଡ ବକେୟା ବାର୍ଷିକ ତୁଳନାରେ ୩୦% ବୃଦ୍ଧି ପାଇଛି) ସେପ୍ଟେମ୍ବରରେ, ଅନ୍ୟ ବ୍ୟକ୍ତିଗତ ଋଣ ୨୫% ବୃଦ୍ଧି ପାଇଛି ଏବଂ ଉପଭୋକ୍ତା ସ୍ଥାୟୀ ଋଣ ମଧ୍ୟ ୧୧% ବୃଦ୍ଧି ପାଇଛି ସମାନ ଅବଧିରେ ମୋଟ ବ୍ୟାଙ୍କ ଋଣ ଅଭିବୃଦ୍ଧି ୨୦% ଥିଲା ବୋଲି ଆରବିଆଇ ତଥ୍ୟ ଦର୍ଶାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri