Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ

ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଯୋଗଦାନ କରିବାକୁ ସମର୍ଥ ହେବେ ନାହିଁ। ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ। ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଆରବିଆଇ ଏକ ନିର୍ଦ୍ଦେଶ ଜାରି କରିଛି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ୨୯ ଫେବୃଆରୀ ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା / ଟପ୍ ଅପ୍ କରିବାକୁ ଅନୁମତି ଦିଆଯିବ ନାହିଁ।

ବ୍ୟାଙ୍କର ଗ୍ରାହକମାନଙ୍କୁ ସେମାନଙ୍କ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟସ୍, ଫାଷ୍ଟାଗ୍, ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମସି) ସହିତ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଅର୍ଥାତ ସସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଏବଂ ଫାଷ୍ଟାଗରେ ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର କିମ୍ବା କୌଣସି ପ୍ରତିବନ୍ଧକ ବିନା ବ୍ୟବହାର କରାଯାଇପାରିବ। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ -୧୯୯୯ ର ଧାରା ୩୫-ଏ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ…

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri