Posted inଖେଳ

ଟେନିସ ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ରେମଣ୍ଡ, ହଓ୍ବେିଟ୍‌

ନ୍ୟୁପୋର୍ଟ,୨୩।୯(ଏପି): ପୂର୍ବତନ ଆମେରିକା ପେସାଦାର ଟେନିସ୍‌ ଖେଳାଳି ଲିସା ରେମଣ୍ଡଙ୍କ ସମେତ ଅନ୍ୟ ୫ ଖେଳାଳି ଆସନ୍ତାବର୍ଷ ପାଇଁ ଅନ୍ତର୍ଜାତୀୟ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବା ପାଇଁ ନୋମିନେଟ ହୋଇଛନ୍ତି। ସୋମବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବତନ ଡବଲ୍ସ ଏକ ନମ୍ବର ଖେଳାଳି ତଥା ୧୧ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ରେମଣ୍ଡଙ୍କ ସମେତ ପୂର୍ବତନ ୧ ନମ୍ବର ଖେଳାଳି ତଥା ୨ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆର ଲିଟନ ହଓ୍ବେିଟ୍‌, ୨୦୦୩ ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ତଥା ପୂର୍ବତନ ଏକ ନମ୍ବର ଖେଳାଳି ସ୍ପେନ୍‌ର ଜୁଆନ କାର୍ଲୋସ ଫେରେରୋ, ସ୍ବିଡେନର ଜୋନାସ ବିଜୋର୍କମ୍ୟାନ, ୯ଥର ମେଜର ଡବଲ୍ସ ଟାଇଟଲ ଜିତିଥିବା ପୂର୍ବତନ ୧ ନମ୍ବର ଡବଲ୍ସ ଖେଳାଳି ତଥା ଦୁଇଥର ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ସ୍ପେନ୍‌ର ବ୍ରୁଗୁଇରା ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ରହିଛନ୍ତି।
ସେହିପରି ବିଲି ଜିନ କିଙ୍ଗ୍‌ଙ୍କ ସମେତ ମହିଳା ପେସାଦାର ଟେନିସ ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରିଥିବା ଅନ୍ୟ ୯ ଜଣଙ୍କୁ ମଧ୍ୟ ଅନ୍ତର୍ଜାତୀୟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କିଙ୍ଗ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ ୮ଜଣ ଖେଳାଳି ହେଲେ ପିଚେସ୍‌ ବାର୍ଟକୋଓ୍ବିଚ୍‌, ରୋଜି କାସାଲ୍ସ, ଜୁଡି ଡାଲଟନ, ଜୁଲି ହେଲ୍ଡମ୍ୟାନ, କେରି ମେଲଭିଲେ ରେଡ, କ୍ରିଷ୍ଟି ପିଜିଅନ, ନାନ୍ସି ରିଚେ ଓ ଭାଲେରି ଜିଜେନଫୁସ୍‌ ମଧ୍ୟ ସମ୍ମାନଜନକ ହଲ୍‌ ଅଫ୍‌ ଫେମ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପିର ସ୍ବର୍ଗୀୟ ଡେନିସ୍‌ ଭାନ ଡେର ମୀରଙ୍କୁ ମଧ୍ୟ ୨୦୨୧ ପାଇଁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ମୀରଙ୍କ ସମେତ ଏହି ଗ୍ରୁପ୍‌ କଣ୍ଟ୍ରିବୁଟୋର କାଟାଗୋରିରେ ନୋମିନେଟ୍‌ ହୋଇଛନ୍ତି। ଏକ ମତଦାନ ମାଧ୍ୟମରେ ହଲ ଅଫ୍‌ ଫେମ୍‌ ବିଜେତାଙ୍କ ନାମ ଘୋଷଣା କରାଯିବ। ଆସନ୍ତାବର୍ଷ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଜୁଲାଇ ୧୭ରେ ଏକ ସ୍ବତନ୍ତ୍ର ଉତ୍ସବରେ ମନୋନୀତ ବ୍ୟକ୍ତିଙ୍କୁ ହଲ୍‌ ଅଫ୍‌ ଫେମ୍‌ରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri