Posted inରାଜ୍ୟ

ରାୟଗଡ଼ା, କୋରାପୁଟ କଂଗ୍ରେସ କର୍ମୀଙ୍କ ଦିଲୀ ଗସ୍ତ

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା):  ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିଲୀରେ ପହଞ୍ଚିଛି। କୋରାପୁଟ ଜିଲା ଓ ରାୟଗଡ଼ା ଜିଲାର ତାରାଙ୍କ ସମର୍ଥକମାନେ ମଙ୍ଗଳବାର ଅପରାହ୍ନ ୧୨.୩୦ଟାରେ ସମତା ଟ୍ରେନରେ ଦିଲୀ ଅଭିମୁଖେ ବାହାରିଛନ୍ତି ା ତେବେ ସେମାନେ ଦଳର ହାଇକମାଣ୍ଡକୁ ଭେଟିବାକୁ ଯାଉଥିବା ସୂଚନା ମିଳିଛି ା ଯାହା ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସର ଭବିଷ୍ୟତକୁ ନେଇ ଚିନ୍ତାରେ ପକାଇଛି ା
ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ରାୟଗଡ଼ା ଜିଲାର ୧୦ରୁ ଊର୍ଦ୍ଧ୍ୱ ଯୁବନେତା ଦିଲୀ ଅଭିମୁଖେ ବାହାରିଥିବାବେଳେ ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଭବାନୀ ଶଙ୍କର ଜେନା, କୋରାପୁଟ ଜିଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ, ୧୩ଜଣ ଜିଲା ପରିଷଦ ସଭ୍ୟାସଭ୍ୟ, ୧୨ ବ୍ଲକ ସଭାପତି, ୨ ବ୍ଲକ ଅଧ୍ୟକ୍ଷ, ଜୟପୁର ପୌରାଧ୍ୟକ୍ଷ ନରି ମହାନ୍ତି ଓ କୋଟପାଡ଼ ଏନଏସି ଅଧ୍ୟକ୍ଷ ଦିଲୀ ଅଭିମୁଖେ ବାହାରିଛନ୍ତି। ସେମାନେ ୧୫ ତାରିଖରେ ଦିଲୀରେ ପହଞ୍ଚି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ା
ମିଳିଥିବା ସୂଚନା ଅନୁସାରେ, ତାରା ବାହିନୀପତିଙ୍କ ପନତ୍ୀ ମିନାକ୍ଷୀ ବାହିନିପତିଙ୍କୁ ଜିଲା ସଭାପତିରୁ ବାଦ୍‌ ଦେଇ ଦୁର୍ଗା ଶଙ୍କର ସାହୁଙ୍କୁ କୋରାପୁଟ ଜିଲାର ନୂତନ ସଭାପତି ଭାବେ ଚୟନ କରାଯାଇଛି। ଏହାକୁ ତାରା ଓ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ା ଏଥିରେ ଏମ୍‌ପି ସପ୍ତଗିରିଙ୍କ ହାତ ରହିଥିବା ତାରାଙ୍କ ଅନୁଗତ ପ୍ରକାଶ କରିଛନ୍ତି ା ୨୦୧୯ ସାଧାରଣ ନିର୍ବାଚନରେ ସପ୍ତଗିରି ନିର୍ବାଚନ ଲଢ଼ି ଓଡ଼ିଶାରୁ କଂଗ୍ରେସ ଦଳର ଏକମାତ୍ର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ ା ଏହା ପରେ ଦିଲୀରେ ସପ୍ତଗିରିଙ୍କ ଦବ୍‌ଦବା ବଢ଼ିଥିଲା ା ହେଲେ ଧୀରେ ଧୀରେ ତାରା ଓ ସପ୍ତଗିରିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ା ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା ସଭାପତି ପଦରୁ ବିଦା କରିବାରେ ସପ୍ତଗିରିଙ୍କ ହାତ ରହିଥିବା କଂଗ୍ରେସ କର୍ମୀ ମହଲରେ ଆଲୋଚନା ଚାଲିଛି ା ଏଣୁ ତାରା ବାହିନୀପତି ନିଜ ସମର୍ଥକଙ୍କୁ ନେଇ ଦିଲୀ ଯାଇ ସେଠାରେ ହାଇକମାଣ୍ଡଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା କୁହାଯାଉଛି। ତାରାଙ୍କ ନେତୃତ୍ୱରେ ବୁଧବାର କୋରାପୁଟ ଓ ରାୟଗଡ଼ା ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ କର୍ମୀ ଦିଲୀ ଯାଉଥିବା ଜଣାପଡ଼ିଛି ା ଦଳୀୟ କର୍ମୀଙ୍କୁ ନେଇ ଦିଲୀ ଯାଉଥିବାର କାରଣ ସମ୍ପର୍କରେ ତାରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଦିଲୀ ଯାଉଛୁ ା ଏ ସମ୍ପର୍କରେ ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝି ଓ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଜେନାଙ୍କୁ ପଚାରିବାରୁ ରାୟଗଡ଼ା ଓ କୋରାପୁଟ ଜିଲାରେ ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଯାଉଥିବା କହିଛନ୍ତି। ଏ ସମ୍ପର୍କରେ ଏମ୍‌ପି ଉଲାକାଙ୍କୁ ଯୋଗାଯୋଗ କରାଯିବାରୁ ଦଳର ସଂଗଠନ ସୁଦୃଢ଼ ବିଷୟରେ ଆଲୋଚନା କରିବା ପାଇଁ ଦଳୀୟ ନେତା ଓ କର୍ମୀ ହାଇକମାଣ୍ଡଙ୍କୁ ଭେଟିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତବେ ତାଙ୍କର ଓ ତାରା ବାହିନୀପତିଙ୍କ ମଧ୍ୟରେ ରହିଥିବା ବିବାଦକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri