ବାଲ୍ୟ ବିବାହରେ ୪ର୍ଥ ସ୍ଥାନରେ ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୧ା୧୦:ଅକ୍ଟୋବର ୧୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଲିଙ୍ଗଗତ ସମାନତା ଆଣିବା ଏବଂ ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ବାଳିକାଙ୍କ ଆଖିଦୃଶିଆ ବିକାଶ ହୋଇପାରିନି। ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ରୋକିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନି। ପ୍ରଚେଷ୍ଟା ଅଭିଯାନରେ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ରୋକିବା, ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା ସହ ସେମାନଙ୍କ ବିକାଶ ଦିଗରେ କାମ କରିବା ପାଇଁ ନିୟମିତ ଯୋଜନା ପ୍ରସ୍ତୁତ ହେଉଛି। ତଥାପି ଜିଲା ବାଲ୍ୟବିବାହ ମୁକ୍ତ ହୋଇପାରିନାହିଁ।
ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ଓ୍ବେବ୍‌ସାଇଟର ରିପୋର୍ଟ ଅନୁଯାୟୀ, ବାଲ୍ୟବିବାହ କ୍ଷେତ୍ରରେ ଓଡ଼ିଶାରେ ରାୟଗଡ଼ା ଜିଲା ୪ର୍ଥ ସ୍ଥାନରେ ରହିଛି। ସେହିପରି ଜିଲାରେ ୩୩.୨ ପ୍ରତିଶତ ବାଲ୍ୟ ବିବାହ ହେଉଥିବାବେଳେ ସେଥିମଧ୍ୟରୁ ୯.୨ ପ୍ରତିଶତ ୧୫ ରୁ ୧୯ ବର୍ଷ ମଧ୍ୟରେ ମା’ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୧୩୪୫ ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ସେହିପରି ରାୟଗଡ଼ା ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ)ଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଜିଲାରେ ୯୭ଟି, ୨୦୨୧ରେ ୮୯ଟି, ୨୦୨୨ରେ ଏ ପର୍ଯ୍ୟନ୍ତ ୬୦ଟି ବାଲ୍ୟ ବିବାହ ପ୍ରଶାସନ ରୋକିବାରେ ସଫଳ ହୋଇଛି। ରାୟଗଡ଼ା ସହର, ଗୁଣପୁର, କୋଲନରା, ପଦ୍ମପୁର, ରାମନାଗୁଡ଼ା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ବାଲ୍ୟ ବିବାହ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ୨୦୨୦ ପୂର୍ବରୁ କେତେ ବାଲ୍ୟ ବିବାହ ହୋଇଛି ଏବଂ କୋତୋଟି ରୋକାଯାଇଛି ତାହାର ତଥ୍ୟ ପ୍ରଶାସନ ନିକଟରେ ନାହିଁ। ତୃଣମୂଳ ସ୍ତରରେ ପ୍ରଶାସନ ପକ୍ଷରୁ ଠିକ୍‌ରେ ସଚେତନତା କାର୍ଯ୍ୟକ୍ରମ ହେଉ ନ ଥିବାରୁ ଅନେକ ବାଲ୍ୟବିବାହ ଘଟଣା ପ୍ରଶାସନ ଦୃଷ୍ଟିକୁ ଆସିପାରୁ ନ ଥିବା ମତପ୍ରକାଶ ପାଇଛି।
ଅଞ୍ଚଳରେ ଅଧିକ ସଂଖ୍ୟାରେ ଝିଅ ଏବଂ ପୁଅ ୧୮ ବର୍ଷ ବୟସ ପୂର୍ବରୁ ପ୍ରେମ ବିବାହ କରି ଚାଲିଯାଉଛନ୍ତି। ଏହାକୁ ରୋକିବାକୁ ହେଲେ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ ବୋଲି ଡିଏସ୍‌ଡବ୍ଲ୍ୟୁଓ କହିଛନ୍ତି। ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରଶାସନ ପକ୍ଷରୁ ସଚେତନତା ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉନାହିଁ। ଫଳରେ କିଶୋରୀ, କିଶୋରମାନଙ୍କୁ କମ ବୟସରେ ବିବାହ କରିବାରୁ ରୋକିବାରେ ସଫଳତା ମିଳିପାରୁନି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତୃଣମୂଳ ସ୍ତରରେ ଦୟିତ୍ୱରେ ଥିବା କର୍ମଚାରୀ କିଶୋରୀ, କିଶୋର ଏବଂ ଅଭିଭାବକଙ୍କୁ ଅଧିକ ସଚେତନ କରିବା ସହ ନିୟମିତ ଏହାର ସମୀକ୍ଷା ହେଲେ ଜିଲାରେ ଶିକ୍ଷାହାର ବଢ଼ିବା ସହ ବାଲ୍ୟ ବିବାହକୁ ରୋକିବା ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri