Posted inଖେଳ

‘ମୋ ପତ୍ନୀଙ୍କ ଛବି ଖରାପ କରିବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୯।୨: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏବେ ଜାଡେଜା ବାପାଙ୍କ କଥାକୁ କାଟି ପତ୍ନୀଙ୍କ ସପକ୍ଷରେ ବାହାରିଛନ୍ତି। ଏପରିକି ରିଭାଭାଙ୍କ ବିଷୟରେ ଖରାପ କହିବା ବନ୍ଦ କରିବାକୁ ସେ କହିଛନ୍ତି।

Ravindra Jadeja Hits Back at Father Anirudhsinh Jadeja for Publicly Tarnishing His Wife's Image • ProBatsman

ଅନିରୁଦ୍ଧ ସିଂ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ସେଥିରେ ସେ ବିବାହ ପରେ ପୁଅଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ଜାଡେଜା ତାଙ୍କ ସମ୍ପର୍କରେ ନାହାନ୍ତି। ଗୋଟିଏ ସହରରେ ରହୁଥିଲେ ହେଁ ଭେଟିବାକୁ ଆସୁ ନ ଥିବା ସେ କହିଥିଲେ। ଏବେ ଏହି ସାକ୍ଷାତକାରକୁ ସ୍କ୍ରିପ୍ଟେଡ୍‌ ବୋଲି କହିଛନ୍ତି ଜାଡେଜା। ଏକ ଟୁଇଟ୍‌ କରି ‘ ବହୁତ କିଛି କହିବାର ଅଛି, ହେଲେ ସାର୍ବଜନିକ ଭାବେ କିଛି କହିବେ ନାହିଁ, ସ୍କ୍ରିପ୍ଟେଡ୍‌ ସାକ୍ଷାତକାରରେ ଯାହା ବି କୁହାଯାଇଛି ତାକୁ ଅଣଦେଖା କରନ୍ତୁ ବୋଲି ସେ କହିଛନ୍ତି।

Ravindra Jadeja reacts on father Anirudhsinh Jadeja interview Rivaba Jadeja -'मेरी पत्नी की छवि खराब करना बंद करो', गुस्साए रविंद्र जडेजा ने अपने पिता पर साधा निशाना | Jansatta

ଗୁଜରାଟୀ ଭାଷାରେ ନୋଟ୍‌ ଲେଖି ଜାଡେଜା କହିଛନ୍ତି, ସ୍ତ୍ରୀ ରିଭାଭାଙ୍କ ଛବି ଖରାପ କରନ୍ତୁ ନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥା ନିରର୍ଥକ ଏବଂ ମିଥ୍ୟା ଅଟେ। ଏକତରଫା ଟିପ୍ପଣୀଗୁଡ଼ିକୁ ମୁଁ ଖଣ୍ଡନ କରୁଛି। ଏହା ଅନୁଚିତ ଏବଂ ନିନ୍ଦନୀୟ। ମୋତେ ବି ବହୁତ କିଛି କହିବାର ଅଛି। ହେଲେ ସାର୍ବଜନିକ ଭାବେ ତାକୁ ଲୋକଲୋଚନକୁ ଆଣିବା ଠିକ୍‌ ଭାବୁନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri