Posted inଖେଳ

ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ

ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ ଖେଳି ଜାଡେଜା ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ବର୍ତ୍ତମାନ ଜାଡେଜା ଭାରତ ପାଇଁ ୭ମ ଉଇକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ପାଲଟିଛନ୍ତି। ଜାଡେଜାଙ୍କ ପୂର୍ବରୁ କପିଲ ଦେବଙ୍କ ନାମରେ ଏହି ରେକର୍ଡ ଥିଲା । ସେ ୧୯୮୬ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୬୩ ରନ୍‌ର ଇନିଂସ ଖେଳିଥିଲେ । ସେବେଠାରୁ କୌଣସି ଭାରତୀୟ ୭ମ ସ୍ଥାନରେ ବ୍ୟାଟିଂ କରି ଏତେ ରନ୍‌ କରି ପାରି ନଥିଲେ । ହେଲେ ଶନିବାର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ।

ସେହିପରି ଜାଡେଜା ପ୍ରଥମ ଖେଳାଳି ଭାବେ ୭ ନଂରେ ବ୍ୟାଟିଂ କରି କୌଣସି ଇନିଂସରେ ୩ ଖେଳାଳିଙ୍କ ସହ ଶତକୀୟ ଭାଗିଦାରୀ କରି ବିଶ୍ୱ ରେକର୍ଡ କରିଛନ୍ତି । ପ୍ରଥମେ ସେ ଋଷଭ ପନ୍ତ(୯୬)ଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ । ଏହାପରେ ରବି ଅଶ୍ୱିନ(୬୧) ଓ ଶେଷରେ ମହମ୍ମଦ ଶାମି(୨୦)ଙ୍କ ସହ ମିଶି ୧୦୦ ରନ୍‌ର ଭାଗିଦାରୀ କରିଛନ୍ତି । କପିଲ ଦେବ ଓ ଜାଡେଜାଙ୍କ ବ୍ୟତୀତ ୭ମ ସ୍ଥାନରେ ଭାରତ ପାଇଁ ସର୍ବାଧିକ ରନ୍‌ କରିଥିବା ତାଲିକାର ତୃତୀୟ ସ୍ଥାନରେ ଋଷଭ ପନ୍ତ(୧୫୬) ରନ୍‌ ରହିଛନ୍ତି ।

କହିରଖୁଛୁ, ଜାଡେଜାଙ୍କ ଅପରାଜିତ ୧୭୫ ରନ୍‌ ବଳରେ ଭାରତ ପ୍ରଥମ ପାଳିରେ ୮ ଉଇକେଟ ହରାଇ ୫୭୪ ରନ୍‌ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୯୬, ରବି ଅଶ୍ୱିନ ୬୧, ହନୁମା ବିହାରୀ ୫୮, ବିରାଟ କୋହଲି ୪୫, ମୟଙ୍କ ଅଗ୍ରୱାଲ ୩୩, ରୋହିତ ଶର୍ମା ୩୯ ଓ ଶ୍ରେୟସ ଆୟାର ୨୭ ରନ୍‌ ଇନିଂସ ଖେଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri