ଆଉ ୭୩ ରନ୍‌ କରିପାରିଲେ ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବେ ଜାଡେଜା

ନୂଆଦିଲ୍ଲୀ, ୧୭।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହେବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଧୋନୀଙ୍କ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଯଦି ଆଉ ୭୩ ରନ୍‌ ସଂଗ୍ରହ କରନ୍ତି ତେବେ ଆଇପିଏଲ୍‌ରେ ଏକ ବିରଳ ରେକର୍ଡ ସ୍ଥାପନ କରିବେ। ଚେନ୍ନାଇର ଏହି ବାମହାତୀ ସ୍ପିନର ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୭୦ ମ୍ୟାଚ୍‌ ଖେଳି ୧୯୨୭ ରନ୍‌ ଓ ୧୦୮ ଉଇକେଟ୍‌ ନେଇଛନ୍ତି। ଯଦି ଜାଡେଜା ଆଉ ୭୩ ରନ୍‌ ସଂଗ୍ରହ କରନ୍ତି ତେବେ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୨ ହଜାର ରନ୍‌ ସଂଗ୍ରହ କରିବା ସହିତ ୧୦୦ ଉଇକେଟ୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିବେ। ଏଥିପୂର୍ବରୁ ଆଇପିଏଲ୍‌ରେ ବିନା ଅର୍ଦ୍ଧଶତକରେ ୧୫୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ରେକର୍ଡ ଜାଡେଜାଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ

ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍‌ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲ ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏହି ଟେଷ୍ଟ...

ଓ୍ବର୍ନଙ୍କୁ ଅନ୍ତିମ ବିଦାୟ: ଭାବୁକ ହେଲେ ସଚିନ

ମେଲବୋର୍ନ,୩୦।୩: ଲୁହରେ ଭିଜିଲା ପ୍ରଶଂସକଙ୍କ ଆଖି। ବୁଧବାର ଏଠାରେ ଆୟୋଜିତ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭାରେ ଅଷ୍ଟ୍ରେଲିଆର କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌...

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍‌ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଦକ୍ଷିଣ...

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ...

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର...

ଭାରତକୁ ରହିବାକୁ ପଡ଼ିବ ସାବଧାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି।...

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌...

Advertisement
Archives

Model This Week