Posted inଖେଳ

‘ଏମିତି କୁହ ନାହିଁ, ମୋତେ ବହୁତ୍‌ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍‌ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍‌ରେ ତାମିଲ ଚଳଚ୍ଚିତ୍ର ଏନିଅନର ଏକ ଅଂଶ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅଭିନେତା ବିକ୍ରମ ତାଙ୍କ ବନ୍ଧୁଙ୍କୁ କହୁଛନ୍ତି, ଏମିତି କୁହ ନାହିଁ, ମୋର ହୃଦୟ ଯନ୍ତ୍ରଣା ଦେଉଛି। ଏହି ଚଳଚ୍ଚିତ୍ରର ଡାଏଲଗ୍‌ ମାଧ୍ୟମରେ ଅଶ୍ୱିନ ସଞ୍ଜୟଙ୍କ ଟୁଇଟ୍‌ର ଜବାବ କରିଛନ୍ତି। ସୂଚନାଯୋଗ୍ୟ, ଯେ ସଞ୍ଜୟ ମଞ୍ଜରେକର ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ସେ ଆର ଅଶ୍ୱିନଙ୍କୁ ସବୁ ସମୟର ଶ୍ରେଷ୍ଠ ବୋଲର ତାଲିକାରେ ରଖନ୍ତି ନାହିଁ।
ସଞ୍ଜୟ ମଞ୍ଜରେକର ଟୁଇଟରେ ଲେଖିଥିଲେ, ସର୍ବକାଳୀନ ମହାନ କ୍ରିକେଟରଙ୍କୁ ଦିଆଯାଇଥିବା ସବୁଠାରୁ ବଡ ପ୍ରଶଂସା। ମୋ ତାଲିକାରେ ଡନ ବ୍ରାଡମ୍ୟାନ, ଗ୍ୟାରି ସୋବର୍ସ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ଅନ୍ୟ କ୍ରିକେଟରମାନେ ଅଛନ୍ତି। ସମସ୍ତ ସମ୍ମାନ ସହିତ, ଅଶ୍ୱିନ ମୋ ପାଇଁ ଏହି ତାଲିକାରେ ନାହାଁନ୍ତି। ଏହି ଟୁଇଟ ପରେ ପ୍ରଶଂସକମାନେ ସଞ୍ଜୟ ମଞ୍ଜରେକରଙ୍କୁ ଟ୍ରୋଲ କରିଥିଲେ। ଏହାପରେ ସଞ୍ଜୟ ଏକ ସାକ୍ଷାତକାରାରେ କହିଛନ୍ତି ଯେ ଯେତେବେଳେ ଲୋକମାନେ ଅଶ୍ୱିନଙ୍କୁ ସବୁ ସମୟର ଶ୍ରେଷ୍ଠ ବୋଲି କହିବା ଆରମ୍ଭ କରନ୍ତି, ମୁଁ ଏହାକୁ ବିରୋଧ କରେ। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଅଶ୍ୱିନଙ୍କ ରେକର୍ଡ ଖରାପ, ଯେଉଁଠାରେ ସେ ଗୋଟିଏ ଥର ମଧ୍ୟ ଗୋଟିଏ ଇନିଂସରେ ପାଞ୍ଚ ଉଇକେଟ ନେଇ ନାହାଁନ୍ତି। ଦ୍ୱିତୀୟତଃ, ଯଦି ଆପଣ ତାଙ୍କୁ ଭାରତୀୟ ପିଚ୍‌ରେ ବୋଲିଂ କରୁଥିବା ଦେଖନ୍ତି, ଜାଡେଜା ମଧ୍ୟ ତାଙ୍କ ଭଳି ପ୍ରଦର୍ଶନ କରିଛନ୍ତି ଏବଂ ସମାନ ପିଚ୍‌ରେ ଇଂଲଣ୍ଡ ବିପକ୍ଷରେ ଅଶ୍ୱିନଙ୍କ ଅପେକ୍ଷା ଅକ୍ସର ପଟେଲ ଅଧିକ ଉଇକେଟ ନେଇଛନ୍ତି।
ସଞ୍ଜୟ ମଞ୍ଜରେକର ଟୁଇଟ୍‌ କରି ତାଙ୍କର ଶ୍ରେଷ୍ଠ ୧୦ ବୋଲରଙ୍କ ନାମ ପ୍ରକାଶ କରିଛନ୍ତି। ଯେଉଁଥିରେ କେବଳ ଜଣେ ଭାରତୀୟ ବୋଲର ଅଛନ୍ତି। ସଞ୍ଜୟ ମଞ୍ଜରେକରଙ୍କ ଶ୍ରେଷ୍ଠ ୧୦ ବୋଲର ହେଉଛନ୍ତି ରିଚାର୍ଡ ହେଡ୍‌ଲି, ମଲକମ ମାର୍ଶଲ, କର୍ଟଲି ଆମ୍ବ୍ରୋସ, ୱାସିମ ଆକ୍ରାମ, ସେନ୍‌ ୱାର୍ନ, ଗ୍ଲେନ ମ୍ୟାକଗ୍ରାଥ, ଡେଲ ଷ୍ଟେନ, ଜେମ୍ସ ଆଣ୍ଡରସନ, ମୁଥିଆ ମୁରଲୀଧରନ ଏବଂ କପିଲ ଦେବ। ମଞ୍ଜରେକର ଅନିଲ କୁମ୍ବଲେ, ଇମ୍ରାନ ଖାନଙ୍କ ପରି ଭେଟେରାନ ମାନଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନିତ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri