Categories: ଖେଳ

ଅଶ୍ୱିନଙ୍କୁ ମିଳିଗଲା ୪୩୫ ନଂ ଉଇକେଟ

ମୋହାଲି,୬।୩: କିମ୍ବଦନ୍ତୀ କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ପଛରେ ପକାଇଛନ୍ତି ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିସହ ସେ ୮୫ତମ ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ମୋହାଲିଠାରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟ ଅଶ୍ୱିନ। ୪୩୦ ଉଇକେଟ ସହ ଟେଷ୍ଟ ଆରମ୍ଭ କରିଥିବା ଭେଟେରାନ ଅଫ୍‌ ସ୍ପିନର ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟ ଇନିଂସରେ ୩ ଉଇକେଟ ନେଇଥିଲେ। ତେବେ କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ୧୩୧ ଟେଷ୍ଟରେ ୪୩୪ ଉଇକେଟ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ, ଟେଷ୍ଟ କ୍ରିକେଟରେ ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଏବେ ବି କିମ୍ବଦନ୍ତୀ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେଙ୍କ ନାମରେ ରହିଛି। ପୂର୍ବତନ ଅଧିନାୟକ ୧୩୨ ଟେଷ୍ଟରେ ୬୧୯ ଉଇକେଟ ନେଇଥିଲେ।

Share