Categories: ଖେଳ

ଅଶ୍ୱିନଙ୍କ ଅପେକ୍ଷାରେ ରେକର୍ଡ

ମୁମ୍ବାଇ,୧।୧୨: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟଙ୍କ ତାଲିକାରେ ହରଭଜନ ସିଂଙ୍କୁ ପଛରେ ପକାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ରେକର୍ଡ ହାତେଇବାକୁ ଯାଉଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଇତିହାସରେ ସର୍ବାଧିକ ସଂଖ୍ୟକ ଉଇକେଟ ନେବାର ରେକର୍ଡ କିମ୍ବଦନ୍ତୀ ପେସର ରିଚାର୍ଡ ହାଡଲିଙ୍କ ନାମରେ ରହିଛି। ସେ ଭାରତ ବିପକ୍ଷରେ ୧୪ ମ୍ୟାଚ୍‌ ଖେଳି ୬୫ ଉଇକେଟ ନେଇଥିଲେ। ତାଙ୍କ ପଛକୁ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଶ୍ୱିନ। ତାଙ୍କ ପାଖରେ ୫୮ ଉଇକେଟ ରହିଛି। ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ପେସରଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଶ୍ୱିନଙ୍କୁ ମୁମ୍ବାଇ ଟେଷ୍ଟରେ ୮ ଉଇକେଟ ନେବା ଦରକାର।

କାନପୁର ଟେଷ୍ଟରେ ୬ ଉଇକେଟ ନେଇ ଅଶ୍ୱିନ ପୂର୍ବତନ ଭାରତୀୟ ସ୍ପିନର ବିଶନ ସିଂ ବେଦି (୧୨ ଟେଷ୍ଟରେ ୫୭ ଉଇକେଟ) ଓ ଏରାପଲି ପ୍ରସାନ୍ନା (୧୦ ମ୍ୟାଚ୍‌ରେ ୫୫ ଉଇକେଟ)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ତାଲିକାରେ ୫୨ ଉଇକେଟ ସହ ୫ମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ପେସର ଟିମ୍‌ ସୌଦି।

Share