Posted inଖେଳ

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି କ୍ରମରେ ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ବୁମ୍‌ରାଙ୍କ ଉପଲବ୍ଧିକୁ ଶାସ୍ତ୍ରୀ ଅନନ୍ୟ ବୋଲି ବର୍ଣ୍ଣନା କରି କହିଛନ୍ତି, ଆଜି ଯାହା ଦେଖିଛି ତାହା ଅସାମାନ୍ୟ ଥିଲା। ଏହାର କଳ୍ପନା କେହି କରି ନ ଥିବେ। ପ୍ରଥମ ଥର ଭାରତୀୟ ଅଧିନାୟକ ଭାବେ ୧୦ମ ସ୍ଥାନରେ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଛନ୍ତି ସେ। ଏପରିକି ଲାରା, ଜର୍ଜ ବେଲି, କେଶବ ମହାରାଜଙ୍କୁ ପଛରେ ପକାଇଛନ୍ତି। ଗୋଟିଏ ଓଭରରେ ୨୯ ରନ୍‌। ଯୁବରାଜ ଯେଉଁ ବୋଲରଙ୍କ ବଲରେ ୬ ଛକା ମାରିଥିଲେ, ସେହି ବୋଲରଙ୍କ ବଲ୍‌ରେ ବୁମ୍‌ରା ଏହି ରନ୍‌ କରିଛନ୍ତି। ଯେତେବେଳେ ଲାଗେ କି କ୍ରିକେଟରେ ସବୁକିଛି ଦେଖିସାରିଛ, ସେତେବେଳେ ଖେଳରେ ଏବେ ବି ଛାତ୍ର ଥିବା ଅନୁଭବ କରିବ। କାରଣ କିଛି ବି ଆଶ୍ଚର୍ଯ୍ୟଜନକ ଘଟଣା କେବେ ବି ଘଟିପାରେ। ଆଜି ଯାହା ଦେଖିଲି ତାହା ଅଦ୍ଭୁତ ଥିଲା। ବୁମ୍‌ରା ବ୍ୟାଟ୍‌ରୁ ୨୯ ଏବଂ ଏକ ଓଭରରେ ୩୫ ରନ୍‌ କରି ବିଶ୍ୱ ରେକର୍ଡ କରିବା ମନେରହିବ ବୋଲି ଶାସ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଇନିଂସର ୮୪ତମ ଓଭରରେ ୩୫ ରନ୍‌ ଆସିଥିଲା। ବୁମ୍‌ରା ୪ ଚୌକା ଏବଂ ୨ ଛକା ସହାୟତାରେ ୨୯ ରନ୍‌ କରିଥିବା ବେଳେ ଅତିରିକ୍ତ ଭାବେ ୬ ରନ୍‌ ମିଳିଥିଲା। ଷ୍ଟୁଆଟଙ୍କ ଏହି ଓଭର ଟେଷ୍ଟ ଇତିହାସର ସବୁଠାରୁ ମହଙ୍ଗା ଓଭରର ରେକର୍ଡ କରିଛି। ସେହିଭଳି ବୁମ୍‌ରା ମଧ୍ୟ ସର୍ବାଧିକ ରନ୍‌ର ବିଶ୍ୱ ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri