Posted inଖେଳ

ପ୍ରଶଂସାରେ ଶତମୁଖ ହେଡ୍‌ କୋଚ୍‌: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍‌ଘାତ ହୋଇଯିବ’

ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍‌ରେ ସେ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ କାମଚଳା ଅଧିନାୟକଙ୍କ ସହ ଶାସ୍ତ୍ରୀଙ୍କୁ ଦେଖିବାକୁ ମିଳୁଛି। ସେ ଛିଡ଼ାହୋଇ ଆହତ ଯୋଦ୍ଧାଙ୍କ ସାହସ, ସଙ୍କଳ୍ପ ଏବଂ ଭାବନାକୁ ପ୍ରଶଂସା କରିଛନ୍ତି। ଦଳର ପ୍ରତିଟି ଖେଳାଳି ଆହତ ସମସ୍ୟା ସହ ଲଢ଼ିଛନ୍ତି। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲ୍‌ଆଉଟ୍‌ ହେବା ସତ୍ତ୍ୱେ ନିଜ ଆତ୍ମବିଶ୍ୱାସକୁ ବଜାୟ ରଖିଛନ୍ତି। ଆଜି ଏହି ବିଜୟକୁ ନେଇ ଭାରତ ସହ ବିଶ୍ୱବାସୀ ଛିଡ଼ାହୋଇ ଆପଣଙ୍କୁ ସାଲୁଟ କରୁଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

ଏହାଛଡ଼ା ସେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା, ମ୍ୟାଚ୍‌ ବିଜେତା ରିଷଭ ପନ୍ତ, ଯୁବ ଓପନର ଶୁଭମନ ଗିଲଙ୍କ ବେଶ୍‌ ପ୍ରଶଂସା କରିଛନ୍ତି। ମେଲବର୍ନରୁ ଆରମ୍ଭ ହୋଇଥିବା ସେମାନଙ୍କ ଯାତ୍ରା ସିଡନୀରେ ଉଲ୍ଲେଖନୀୟ ଥିଲା। ଫଳରେ ଗାବାରେ ବିଶ୍ୱାସର ସହ ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲା। ଶୁଭମନ ତୁମେ ବହୁତ ଜବରଦସ୍ତ ଖେଳିଛ। ପୂଜାରାଙ୍କୁ ଯୋଦ୍ଧା ଭାବେ ଲୋକେ ଜାଣିବେ। ସିରାଜ ଏବଂ ଅନ୍ୟ ଖେଳାଳିଙ୍କ ପାଇଁ ସିଟି ମାରିବା ଉଚିତ। ରିଷଭ ତୁମେ ଯେଭଳି ଖେଳିଲ, କିଛି ସମୟ ପାଇଁ ହୃଦଘାତ ଦେଇଥିଲ। ହେଲେ ତୁମ ପାଳି ବହୁତ ସୁନ୍ଦର। ରାହାଣେଙ୍କ ଅଧିନାୟକତ୍ୱ ମଧ୍ୟ ପ୍ରଶଂସାଯୋଗ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri