Posted inଖେଳ

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ୍‌ ପରେ ୬ ମାସର ଅଧିକ ଅବଧି ମିଳିଥିଲା। ଏହାପୂର୍ବରୁ ବିସିସିଆଇ ୩.୫ ବର୍ଷର କାର୍ଯ୍ୟକାଳ ଲାଗି ନୂଆ କୋଚ୍‌ ଲାଗି ଆବେଦନ ଆହ୍ବାନ କରିଛି। ଦ୍ରାବିଡ, ଶାସ୍ତ୍ରୀଙ୍କ ପରେ ମୁଖ୍ୟ କୋଚ୍‌ ହୋଇଥିଲେ। କୋହଲିଙ୍କ ଅଧିନାୟକତ୍ୱ ସମୟରେ ତାଙ୍କ କାର୍ଯ୍ୟକାଳ ପ୍ରଶଂସନୀୟ ଥିଲା। ଏଣୁ ଦ୍ରାବିଡଙ୍କ ପରେ ପୁଣି ଥରେ ଶାସ୍ତ୍ରୀ କ’ଣ କୋଚ୍‌ ହୋଇପାରିବେ ବୋଲି ପ୍ରଶ୍ନ ଉଠିଛି। ଏହାର ଜବାବ ହେଉଛି ନା। କାରଣ ଶାସ୍ତ୍ରୀ ଚାହିଁଲେ ବି ଏହି ଦାୟିତ୍ୱ ତୁଲାଇ ପାରିବେ ନାହିଁ।

ଶାସ୍ତ୍ରୀଙ୍କ ନିକଟରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ହେବାକୁ ନେଇ ଆବଶ୍ୟକୀୟ ଯୋଗ୍ୟତା ରହିଛି। ସେ ୩୦ରୁ ଅଧିକ ଟେଷ୍ଟ ଏବଂ ୫୦ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ଏହାଛଡ଼ା ସେ ୩ ବର୍ଷ ଯାଏ ଏକ ଜାତୀୟ ଦଳ(ଭାରତ)କୁ କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି। ହେଲେ ଆଉ ଏକ ଯୋଗ୍ୟତା ରହିଛି ଯାହାକି ତାଙ୍କର ପୁଣିଥରେ କୋଚ୍‌ ହେବା ରାସ୍ତାରେ କଣ୍ଟା ପାଲଟିଛନ୍ତି। ସେଇଟି ହେଲା ବୟସ।

ବିସିସିଆଇ ମାଗିଥିବା ଯୋଗ୍ୟତା ଅନୁଯାୟୀ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ହେବା ଉଚିତ। ହେଲେ ୧୯୬୨ ମେ’ ୨୭ରେ ଜନ୍ମିତ ଶାସ୍ତ୍ରୀଙ୍କୁ ଏବେ ୬୧ ବର୍ଷ। ଏଣୁ ସେ ଚାହିଁଲେ ବି ଦ୍ରାବିଡଙ୍କ ସ୍ଥାନ ନେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri