ଗୋଟିଏ ସମୟରେ ତିନିଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ କୁମାର, ଗୋଟିଏ ମନ୍ଦିରରେ ଲୁଚିଛପି କରିଥିଲେ ନିର୍ବନ୍ଧ; ରବୀନା ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା ବିବାହ ପର୍ଯ୍ୟନ୍ତ ଯାଇଛି। ହେଲେ ଶେଷବେଳକୁ ଏକାଧିକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇବା ପରେ ପ୍ରେମିକାମାନେ ଅକ୍ଷୟଙ୍କ ହାତ ଛାଡ଼ି ଦେଇଛନ୍ତି। ସେଭଳି ଜଣେ ହେଲେ ସେଦିନର ହଟ୍‌ ଅଭିନେତ୍ରୀ ରବୀନା ଟଣ୍ଡନ।

ଦିନେ କି ଦୁଇଦିନ ନୁହେଁ ଦୀର୍ଘ ତିନି ବର୍ଷ ଧରି ଅକ୍ଷୟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ରବୀନା। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା। ଫିଲ୍ମ ଶୁଟିଂ ବେଳେ ପରସ୍ପରର ଅତି ନିକଟତର ହୋଇଥିବା ବେଳେ ରିଲିଜ ପରେ ବିବାହ କରିବାକୁ ଯୋଜନା କରିଥିଲେ ସେମାନେ। ଅକ୍ଷୟଙ୍କ ବାପାମା’ ରବୀନାଙ୍କ ଘରକୁ ଯାଇ ବିବାହ ପକ୍କା କରିଥିଲେ। ହେଲେ ସେତେବେଳକୁ ଉଭୟ ଲୁଚିଛପି ମନ୍ଦିରରେ ନିର୍ବନ୍ଧ କରିଥିବା କଥା କେହି ବି ଜାଣି ନ ଥିଲେ। ଅକ୍ଷୟ ଏହାକୁ ଲୁଚାଇବାକୁ ଚାହୁଁଥିଲେ। ଏପରିସ୍ଥଳେ ରବୀନାଙ୍କୁ ଅକ୍ଷୟଙ୍କ ବିଷୟରେ ବଡ଼ କଥା ଜଣାପଡ଼ିଥିଲା। କେବଳ ତାଙ୍କୁ ନୁହେଁ ବରଂ ଆଉ ଦୁଇଜଣଙ୍କ ସହ ସେ ନିର୍ବନ୍ଧ କରିଥିବା ଜଣାପଡ଼ିଥିଲା। ଏହା ବେଶ୍‌ ଆଘାତ ଦେଇଥିଲା ତାଙ୍କୁ। ଦୀର୍ଘଦିନ ଧରି ସେ ଅକ୍ଷୟଙ୍କୁ କ୍ଷମା କରିପାରି ନ ଥିଲେ।

ଅକ୍ଷୟଙ୍କ ଠାରୁ ଅଲଗା ହେବା ପରେ ରବୀନାଙ୍କ ଜୀବନକୁ ଆସିଥିଲେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନୀ। ସେମାନେ ପରସ୍ପରକୁ କିଛି ଦିନ ଡେଟ୍‌ କରିଥିଲେ। ଅନିଲ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଧିରେ ଧିରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୩ରେ ଉଭୟ ନିର୍ବନ୍ଧ କରିବା ପରେ ୨୦୦୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଉଭୟ ବିବାହର ୧୭ ବର୍ଷ ପୂରଣ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri