Categories: ଖେଳ

୧୩୪ରେ ରୋକିଦେଲା ପାକିସ୍ତାନ

ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି ପାକିସ୍ତାନ। ହାରିସ ରଫ ୪ ଉଇକେଟ ନେଇ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ବିଗାଡ଼ି ଦେଇଥିଲେ। ତାଙ୍କ ସହ ଶାହୀନ ଆଫ୍ରିଦୀ, ଇମାଦ ଓ୍ବାସାମି ଓ ମହମ୍ମଦ ହାଫିଜ ହାତେଇଥିଲେ ଗୋଟିଏ ଲେଖାଏଁ ଉଇକେଟ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ (୨୫) ରନ୍‌ ଆଉଟ୍‌ ଇନିଂସର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା।

Share