ରାଶନ ମିଳିଲା ନାହିଁ, ତାତିଲେ ହିତାଧିକାରୀ

ବରୀ,୨୭।୯(ଡି.ଏନ.ଏ.):ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସରେ ସରକାରୀ ନିୟମ ମୁତାବକ ଚାଉଳ ଓ ଗହମ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଦାୟିତ୍ୱରେ ଥିବା ସରକାରୀ ଖୁଚୁରା ବିକ୍ରେତା(ରିଟେଲର) ହିତାଧିକାରୀମାନଙ୍କ ରାଶନ ସାମଗ୍ରୀ ହଡପ କରି ଚାଲିଛନ୍ତି ା ଫଳରେ ହିତାଧିକାରୀମାନେ ଏ ସଂକ୍ରାନ୍ତରେ ବ୍ଲକ୍‌ ଓ ଜିଲା ପ୍ରଶାସନ ନିକଟରେ ଲିଖିତ ଓ ମୌଖିକ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ା ଏପରି କି ଅଭିଯୋଗ ଉପରେ ତଦନ୍ତ ହେଉଥିଲେ ମଧ୍ୟ ସମ୍ପୃକ୍ତ ହିତାଧିକାରୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନ ଥିବା ଆଲୋଚନା ହେଉଛି ା
ସୂଚନା ଅନୁଯାୟୀ, ଗତ ୨୨ତାରିଖରେ ବରି ବ୍ଲକ୍‌ ଅଧୀନ କିମ୍ଭିରିଆପାଳ ପଞ୍ଚାୟତର ଶତାଧିକ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଚାଉଳ ଓ ଗହମ ପାଇ ନ ଥିଲେ ା ଏ ନେଇ ସେମାନେ ବରୀ ବ୍ଲକ୍‌ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଅଭିଯୋଗକୁ ବରୀ ବ୍ଲକ୍‌ ପ୍ରଶାସନ ଗ୍ରହଣ କରିବା ପରେ ବି ଅଦ୍ୟାବଧି ଏହି ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ା ଏପରି କି ହିତାଧିକାରୀମାନଙ୍କୁ ସେମାନଙ୍କ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ ା ଫଳରେ ସମ୍ପୃକ୍ତ ହିତାଧିକାରୀମାନେ ସୋମବାର ବରୀ ବ୍ଲକ୍‌ ଅଫିସରେ ପହଞ୍ଚତ୍ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ଏଥି ସହିତ ସେମାନେ ବରୀ ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା ା କିମ୍ଭିରିଆପାଳ ପଞ୍ଚାୟତର ନାଲୁ ପରିଡାଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବରୀ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ ଘଟଣାର ତଦନ୍ତ କରାଯାଉ ା ୭ ଦିନ ମଧ୍ୟରେ ପୂର୍ବରୁ ବକେୟା ଥିବା ରାଶନ ସାମଗ୍ରୀ ହିତାଧିକାରୀଙ୍କୁ ଦେବାକୁ ଦାବି କରିଥିଲେ ା ଏଥିରେ ବ୍ୟତିକ୍ରମ ହେଲେ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଚିନ୍ମୟ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗକୁ ଗୁରୁତ୍ୱ ଦେଇ ତଦନ୍ତ ପାଇଁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ଯଦି ଘଟଣାର ସତ୍ୟତା ଥାଏ ତା’ହେଲେ ସମ୍ପୃକ୍ତ ଖୁଚୁରା ବିକ୍ରେତା (ରିଟେଲର)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷେ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗ ଆସିଛି ଖୁବ୍‌ ଶୀଘ୍ର ଘଟଣାର ତଦନ୍ତ କରାଯାଇ ରିପୋର୍ଟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ।