ଅକ୍ଟୋବରରୁ ମୃତ ରାଶନକାର୍ଡ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୦ା୭(ଅନିଲ ଦାସ): ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ମୃତ ଓ ନିଖୋଜ ରାଶନକାର୍ଡ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାସ୍ତବରେ କେତେ ହିତାଧିକାରୀ ରାଶନ ନେଉଛନ୍ତି ତାହା ଜଣାପଡ଼ିବ। ଅନେକ ହିତାଧିକାରୀ ମୃତ ହୋଇଥିଲେ ସୁଦ୍ଧା ସେମାନଙ୍କ ନାମରେ ଖାଦ୍ୟ ସାମଗ୍ରୀ ଉଠାଯାଉଛି। ଏହାକୁ ରୋକିବା ପାଇଁ ଡିଲରପଏଣ୍ଟରେ ଯାଞ୍ଚ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪.୫ ଲକ୍ଷ ମୃତ ଓ ନିଖୋଜ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତେବେ ଏଭଳି ଆହୁରି ଅନେକ ହିତାଧିକାରୀ ଥିଲେ ମଧ୍ୟ ତାହା ଜଣାପଡୁନାହନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୃଣମୂଳ ସ୍ତରରେ ରାଶନକାର୍ଡ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ (ଏମ୍‌.ଆଇ.) ଅଧିକାରୀମାନେ ଡିଲରମାନଙ୍କ ସହ ଯୋଗାଯୋଗ କରି ଡାଟା ପ୍ରସ୍ତୁତ କରିବେ। ରାଜ୍ୟରେ ୧୨ ହଜାର ସରକାରୀ ଖୁଚୁରା ଦୋକାନୀ ଅଛନ୍ତି । ସେମାନଙ୍କଠାରୁ ହିତାଧିକାରୀମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ଏହାଛଡ଼ା ବାସ୍ତବ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ବର୍ଷକୁ ଥରେ ହିତାଧିକାରୀଙ୍କ ଇ-କଓ୍ବୋଇସି (ନୋ ୟୋର କଷ୍ଟମର) ଯୋଗାଣ ବିଭାଗ ପୋର୍ଟାଲରେ ଅପଲୋଡ୍‌ କରାଯିବ। ଏହାଦ୍ୱାରା ହିତାଧିକାରୀମାନଙ୍କ ବିଷୟରେ ସମସ୍ତ ତଥ୍ୟ ଜଣାଡ଼ିବ। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ଓ ପାରଦର୍ଶିତା ରହି ପାରିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ରାଶନ ନେଉଥିବା ବ୍ୟକ୍ତି ପ୍ରକୃତ ହିତାଧିକାରୀ କି ନୁହେଁ ଡିଲରଙ୍କ ନିକଟରେ ଥିବା ପଏଣ୍ଟ ଅଫ୍‌ ସେଲ (ପିଓଏସ୍‌)ରେ ଆଙ୍ଗୁଠି ଛାପ(ଫିଙ୍ଗର ପ୍ରିଣ୍ଟସ୍‌) ନିଆଯିବ। ଯେଉଁ ହିତାଧିକାରୀ ଆଙ୍ଗୁଠି ଛାପ ଦେବେ ନାହିଁ ସେମାନଙ୍କର ରାଶନକାର୍ଡ ତାଲିକାରୁ ନାଁ କଟିଯିବ। ଖାଦ୍ୟ ସୁରକ୍ଷା ଯୋଜନାରେ ପାରଦର୍ଶିତ ଆଣିବା ପାଇଁ ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri