ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ ଅଫିସ,୧୮।୫: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ ଟି ଅଖ କାଠ ପକାଯାଇଛି ।
ଗୋଟିଏ ପଟେ ଅର ସଂଯୋଗ ଓ ପହି ସଂଯୋଗ ଚାଲିଥିବାବେଳେ ଅନ୍ୟପଟେ କମାରଶାଳରେ ଚକ ପାଇ ଆବଶ୍ୟକ କଣ୍ଟା ଯୋଗାଯାଉଛି । ପବିତ୍ର ଭଉଁରୀ ଅବସରରେ ୩ ରଥର ୬ଟି ଚକ ଡେରାଯିବାକୁ ଥିବାରୁ ମହାରଣା ସେବକଙ୍କୁ ଭୋଇ ସେବକମାନେ ଅଖ କାଠ ଯୋଗାଇଛନ୍ତି ।