ରଥଯାତ୍ରାରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ

ପୁରୀ ଅଫିସ,୨୩।୫: ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପ୍ରଥମ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ କରାଯାଉଛି। ତେବେ ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ସିସିଟିଭି ଲାଗିବା ସହ ସ୍ବାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଜିର ଏହି ସମନ୍ବୟ ବେଠକରେ ଆଲୋଚନା ହୋଇଛି। ସେହିପରି ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ, ୧୦୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ହେବେ। ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ ।