ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି । ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ପହଣ୍ଡି ବିଜେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧଜ ରଥରେ ବିରାଜମାନ ହୋଇଛନ୍ତି ବଳଭଦ୍ର। ପରେ ପରେ ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା ଓ ଶେଷରେ ରାଥାରୂଢ ହୋଇଛନ୍ତି କାଳିଆ ଠାକୁର।