ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ରଥଯାତ୍ରା ଦେଖିବା ସହ ନନ୍ଦିଘୋଷ ରଥ ମଧ୍ୟ ଟାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଉପସ୍ଥିତ ଅଛନ୍ତି।
ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ବଡଦାଣ୍ଡରେ ତିନି ରଥ ଗଡିଛି। ପ୍ରଥମେ ତାଳଧ୍ୱଜ, ପରେ ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ।