ରଥ ନେଲା ଦକ୍ଷିଣମୋଡ଼

ପୁରୀ ଅଫିସ,୧୧।୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୩ ରଥର ଦକ୍ଷିଣମୋଡ଼ କରି ସିଂହଦ୍ୱାରକୁ ନିଆଯାଇଛି। ସେବାୟତମାନେ ରଥଟାଣି ସିଂହଦ୍ୱାରରେ ପହଞ୍ଚାଇଛନ୍ତି। ଘଣ୍ଟଘଣ୍ଟା, ଛତା ଓ ତୁରୀ ମଧ୍ୟରେ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂଜାପଣ୍ଡା ସାମନ୍ତ ପର୍ଯ୍ୟାୟ କ୍ରମେ ୩ ରଥରେ ଆଜ୍ଞା ମାଳ ମହାରଣା ସେବାୟତଙ୍କୁ ପ୍ରଦାନ କରିଛନ୍ତି। ମହାପ୍ରଭୁଙ୍କ ମଙ୍ଗଳଆଳତି, ଅବକାଶ, ବେଶ ଭଳି ନୀତିକାନ୍ତି ସମ୍ପାଦନ ପରେ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ପରେ ଆଜ୍ଞାମାଳ ବାହାରି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଅଧରମାଳକୁ ଆଜ୍ଞାମାଳ ଭାବେ ପ୍ରଦାନ କରାଯାଇଥାଏ। ଆଜ୍ଞାମାଳ ଦେବାର ଉଦ୍ଦେଶ୍ୟ ହେଉଛି ଘୋଷଯାତ୍ରା ପାଇଁ ମହାପ୍ରଭୁଙ୍କ ବିଦ୍ଧିବଦ୍ଧ ଅନୁମତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାରଙ୍କ ଉପସ୍ଥିତିରେ ଆଜ୍ଞାମାଳ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ ପ୍ରଶାସକ ସମର୍ପିତ ମନୋଭାବରେ ଆଜ୍ଞାମାଳକୁ ପ୍ରଣାମ କରି ଶୃଙ୍ଖଳିତ ଓ ବିନା ବାଦାବିଘ୍ନରେ ରଥଯାତ୍ରା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଟଣା ଯାଇଥିଲା। ରଥ ଉପରେ ଟାହିଆ ହଲେଇ ଡ଼ାହୁକ ରଥକୁ ଆଗେଇ ନେବା ପାଇଁ ସେବାୟତଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ଘଣ୍ଟୁଆମାନଙ୍କ ଘଣ୍ଟନାଦରେ ସିଂହଦ୍ୱାର ସମ୍ମୁଖ ପ୍ରକମ୍ପିତ ହୋଇଛନ୍ତି। ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ସମ୍ମୁଖ ଭକ୍ତିମୟ ହୋଇଯାଇଥିଲା। କୋଭିଡ୍‌ କଟକଣା ମଧ୍ୟରେ ରଥର ଦକ୍ଷିଣମୋଡ଼ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri