‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ତିଥି ଅନୁସାରେ ଭାରତର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ତେବେ ଇସ୍କନରେ ବ୍ୟତିକ୍ରମ ଦେଖାଯାଉଥିଲା। ସେମାନଙ୍କ ସହ ଆଲୋଚନା କରିବା ପରେ ଶ୍ରୀକ୍ଷେତ୍ରର ତିଥି ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅନେକ ଜାଗାରେ ଦେଖିବାକୁ ମିଳେ ଯେ, ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ନ ହୋଇ ତା’ ପର ଦିନ ହୋଇଥାଏ। ପ୍ରଥମ ଦିନ ପହଣ୍ଡି, ଦ୍ୱିତୀୟ ଦିନ ରଥକୁ କିଛି ବାଟ ଟଣା ହେଉଛି। ଓ ତୃତୀୟ ଦିନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି। ଏପରି ବି କିଛି ସ୍ଥାନରେ ଦେଖିବାକୁ ମିଳେ ପ୍ରଥମେ ପୁରୀ ଆସି ମହାପ୍ରଭୁଙ୍କ ରଥଯାତ୍ରା ଦେଖି ଯିବା ପରେ ତାଙ୍କ ଗାଁ ତଥା ସହରରେ ରଥଯାତ୍ରା କରିଥାନ୍ତି। ଫଳରେ ଦ୍ୱିତୀୟା ତିଥିରେ ସବୁ ସ୍ଥାନରେ ରଥଯାତ୍ରା ହୋଇପାରୁ ନ ଥିଲା। ଏ ନେଇ ପଣ୍ଡିତମାନଙ୍କ ସହ ଆଲୋଚନା କରାଯାଇଥିଲା। ସେମାନେ ମତ ଦେଇଥିଲେ କି ମହାପ୍ରଭୁ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିର ଛାଡ଼ି ବାହାରକୁ ଆସିଥାନ୍ତି ଏବଂ ତ୍ରୟୋଦଶୀ ତିଥିରେ ଯାତ୍ରା ଶେଷ କରି ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ବିଜେକରି ତାଙ୍କ ଆସ୍ଥାନ ଗ୍ରହଣ କରିଥାନ୍ତି। ତେଣୁ ଦ୍ୱିତୀୟା ତିଥିଠାରୁ ତ୍ରୟୋଦଶୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଯାତ୍ରାର ସମୟ। ଏହି ସମୟରେ ଯାତ୍ରା କରାଯାଇପାରିବ। ତେବେ ଦ୍ୱିତୀୟା ତିଥି ରଥଯାତ୍ରା ପାଇଁ ଉତ୍ତମ ତିଥି। ତେବେ ଯେଉଁ ଯେଉଁ ସ୍ଥାନରେ ଅସୁବିଧା ହେଉଛି ସେହି ସ୍ଥାନରେ ଏହି ସମୟରେ ଯାତ୍ରା କରିପାରିବେ। କିନ୍ତୁ ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରିବା ଉଚିତ ନୁହେଁ ବୋଲି ଗଜପତି ମହାରାଜା କହିଛନ୍ତି।
ଶ୍ରୀମନ୍ଦିର ଢାଞ୍ଚାରେ ବିଭିନ୍ନ ସ୍ଥାନରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ନିଷେଧ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ପ୍ରସ୍ତୁତ କରାଯାଇପାରିବ ନାହିଁ । ତେବେ ନକଲି ଅବଢ଼ା ପ୍ରସ୍ତୁତ ସମ୍ପର୍କରେ ସେ ଅବଗତ ନାହାନ୍ତି। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ କାର୍ଯ୍ୟକ୍ରମ ଯେପରି ଭବିଷ୍ୟତ ନ ହେବ ସେନେଇ ପଦକ୍ଷେପ ନିଆଯାଉ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅଲୋଚନା ହେବ। ଗଜପତି ମହାରାଜା ଆହୁରି କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ କାର୍ଯ୍ୟର ସମୀକ୍ଷା କରିଥିଲି। ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। କମିଟିର କହିବା ଅନୁଯାୟୀ ମନ୍ଦିର ନାଟମଣ୍ଡପ ବିମ୍‌ରେ ଯେଉଁ ଫାଟ ଥିଲା ତାହା କାର୍ଯ୍ୟ ଶେଷ ହୋଇଛି। ଚିନ୍ତାର ବିଷୟ ନାହିଁ। ବର୍ତ୍ତମାନ ସୁରକ୍ଷିତ ଅଛି। ପ୍ରାୟ କାମ ସରିଯାଇଛି। କିଛି ଫିନିସିଂ କାର୍ଯ୍ୟ ରହିଛି। ତାହା ନୀଳାଦ୍ରି ବିଜେ ପରେ ହେବ। ଅପରପକ୍ଷରେ ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ଶୀତତାପ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରଯାଉଥିବା ନେଇ ଟେକନିକାଲ କମିଟି ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri