ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁଗୂଳ

ପୁରୀ ଅଫିସ,୫।୧: ଆଜି ପବିତ୍ର ଶ୍ରୀପଞ୍ଚମୀ। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯିବ। ସରସ୍ବତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି ରହିଛି । ବଡ଼ଦାଣ୍ଡ ରଥଖଳାରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ। ପ୍ରଥମେ ଚୁନପାଣି ପଡି ରଥଖଳାକୁ ପବିତ୍ର କରାଯିବ । କାଠ ୩ ଟିର ମାଜଣା କରାଯିବ। ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ଏଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ କରାଯିବ ।