ରଥ ପଥ ଜଗନ୍ନାଥ…

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରବିବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାଯତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରନତ୍ସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ଚୁତର୍ଦ୍ଧା ବିଗ୍ରହ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ। ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବା ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି। ୧୯୭୧ ମସିହା ପରେ ଅର୍ଥାତ୍‌ ଦୀର୍ଘ ୫୩ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଏବଂ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ଉଲ୍ଲାସ ଭରି ରହିଛି ।
ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶନିବାର ପ୍ରତିପଦା ତିଥିରେ ରଥଖଳାରୁ ତିନିରଥ ଟଣାହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଛି। ସିଂହଦ୍ୱାର ସମ୍ମୁଖରେ ରଥ ପହଞ୍ଚତ୍ବା ପରେ ୩ରଥକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରାଯାଇଥିଲା। ତିନିରଥରେ ଭୋଇ ସେବକମାନେ ଚାରମାଳ ବାନ୍ଧିବା ପରେ ସାରଥିମାନଙ୍କୁ ଉଠାଯାଇଥିଲା। ଅପରପକ୍ଷରେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ସମ୍ପନ୍ନ ହୋଇ ରାତିରେ ଚକା ଅପସର ନୀତି ଅନୁଷ୍ଠିତ ହୋଇଥିଲା। ପରେ ଦଇତାପତିଙ୍କ ପକ୍ଷରୁ ବାହୁଟ କଣ୍ଟ ନୀତି କରାଯା କୁସୁମ ଲାଗି କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଶନିବାର ରାତିରୁ ମହାପ୍ରଭୁଙ୍କ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୨ ଟାରେ ମଙ୍ଗଳ ଆଳତି, ରାତି ୨ଟା ୧୦ରେ ମଇଲମ, ଅବକାଶ ୨ ଟା ୩୦, ଦଶ ଅବତାର ଠାକୁର ବାହୁଡା ବିଜେ ୨ ଟା ୪୦ , ତାଟି ଫିଟିବା ୩ ଟା , ଧୁଆଧୁଇ ହୋଇ ଚୂନପାଣି ପଡ଼ିବା ୩ ଟା ୩୦, ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ଭୋର ୩ ଟା ୪୫ , ନେତ୍ରୋତ୍ସବ ବନ୍ଦାପନା ୪ ଟା, ରୋଷହୋମ ୪ଟା , ରାଜନୀତି ୪ ଟା ୧୫ , ଯାତ୍ରାଙ୍ଗୀ ମହାସ୍ନାନ ୪ ଟା ୪୫ , ମଇଲମ ୪ ଟା ୫୦, ଘଣ୍ଟଛତା ସର୍ବାଙ୍ଗ ୫ ଟା ୧୦, ସୂର୍ଯ୍ୟପୂଜା ୫ଟା ୧୦ରେ ଦ୍ୱାରପାଳ ପୂଜା ୫ଟା ୨୫, ବେଶ ଶେଷ ହେବ ୫ ଟା ୪୫ରେ। ଗୋପାଳ ବଲ୍ଲଭ ଓ ସକାଳ ଧୂପ ୬ ଟାରୁ ୭ ଟା, ସେନାପଟା ଲାଗି ୭ ଟା ୩୦ରୁ ୧୨ ଟା ୩୦ ରଥ ପ୍ରତିଷ୍ଠା ୧୧ ଟା, ମଙ୍ଗଳାର୍ପଣ ଦିନ ୧ଟା ପରେ ଡୋରଲାଗି ହୋଇ ୧ ଟା ୧୦ରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୨ଟା ୩୦ରେ ପହଣ୍ଡି ସରି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମକୃଷ୍ଣ ରଥକୁ ବିଜେ ହେବେ। ୪ଟା ୩୦ରୁ ଚାରମାଳ ଫିଟା, ଘୋଡ଼ା ଲଗାଯିବ। ଅପରାହ୍ନ ୫ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ।
ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ ଜାରି ରଖିଛି। ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ସିସିଟିଭି ନଜରରେ ସହର ରହିଥିବାବେଳେ ସହରରେ ଟ୍ରାଫିକ ମୋବିଲିଟି କାର୍ଯ୍ୟକାରୀ ହୋଇଛି। ୧୮୦ ପ୍ଲାଟୁନ୍‌ ଫୋର୍ସ ସମେତ ଓ ସାଦା ପୋଷାକଧାରୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ। ଅପରପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଶନିବାର କାରକେଡ୍‌ ଅଭ୍ୟାସ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri