ରଥ ପଥ ଜଗନ୍ନାଥ…

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରବିବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାଯତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରନତ୍ସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ଚୁତର୍ଦ୍ଧା ବିଗ୍ରହ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ। ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବା ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି। ୧୯୭୧ ମସିହା ପରେ ଅର୍ଥାତ୍‌ ଦୀର୍ଘ ୫୩ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଏବଂ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ଉଲ୍ଲାସ ଭରି ରହିଛି ।
ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶନିବାର ପ୍ରତିପଦା ତିଥିରେ ରଥଖଳାରୁ ତିନିରଥ ଟଣାହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଛି। ସିଂହଦ୍ୱାର ସମ୍ମୁଖରେ ରଥ ପହଞ୍ଚତ୍ବା ପରେ ୩ରଥକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରାଯାଇଥିଲା। ତିନିରଥରେ ଭୋଇ ସେବକମାନେ ଚାରମାଳ ବାନ୍ଧିବା ପରେ ସାରଥିମାନଙ୍କୁ ଉଠାଯାଇଥିଲା। ଅପରପକ୍ଷରେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ସମ୍ପନ୍ନ ହୋଇ ରାତିରେ ଚକା ଅପସର ନୀତି ଅନୁଷ୍ଠିତ ହୋଇଥିଲା। ପରେ ଦଇତାପତିଙ୍କ ପକ୍ଷରୁ ବାହୁଟ କଣ୍ଟ ନୀତି କରାଯା କୁସୁମ ଲାଗି କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଶନିବାର ରାତିରୁ ମହାପ୍ରଭୁଙ୍କ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୨ ଟାରେ ମଙ୍ଗଳ ଆଳତି, ରାତି ୨ଟା ୧୦ରେ ମଇଲମ, ଅବକାଶ ୨ ଟା ୩୦, ଦଶ ଅବତାର ଠାକୁର ବାହୁଡା ବିଜେ ୨ ଟା ୪୦ , ତାଟି ଫିଟିବା ୩ ଟା , ଧୁଆଧୁଇ ହୋଇ ଚୂନପାଣି ପଡ଼ିବା ୩ ଟା ୩୦, ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ଭୋର ୩ ଟା ୪୫ , ନେତ୍ରୋତ୍ସବ ବନ୍ଦାପନା ୪ ଟା, ରୋଷହୋମ ୪ଟା , ରାଜନୀତି ୪ ଟା ୧୫ , ଯାତ୍ରାଙ୍ଗୀ ମହାସ୍ନାନ ୪ ଟା ୪୫ , ମଇଲମ ୪ ଟା ୫୦, ଘଣ୍ଟଛତା ସର୍ବାଙ୍ଗ ୫ ଟା ୧୦, ସୂର୍ଯ୍ୟପୂଜା ୫ଟା ୧୦ରେ ଦ୍ୱାରପାଳ ପୂଜା ୫ଟା ୨୫, ବେଶ ଶେଷ ହେବ ୫ ଟା ୪୫ରେ। ଗୋପାଳ ବଲ୍ଲଭ ଓ ସକାଳ ଧୂପ ୬ ଟାରୁ ୭ ଟା, ସେନାପଟା ଲାଗି ୭ ଟା ୩୦ରୁ ୧୨ ଟା ୩୦ ରଥ ପ୍ରତିଷ୍ଠା ୧୧ ଟା, ମଙ୍ଗଳାର୍ପଣ ଦିନ ୧ଟା ପରେ ଡୋରଲାଗି ହୋଇ ୧ ଟା ୧୦ରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୨ଟା ୩୦ରେ ପହଣ୍ଡି ସରି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମକୃଷ୍ଣ ରଥକୁ ବିଜେ ହେବେ। ୪ଟା ୩୦ରୁ ଚାରମାଳ ଫିଟା, ଘୋଡ଼ା ଲଗାଯିବ। ଅପରାହ୍ନ ୫ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ।
ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ ଜାରି ରଖିଛି। ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ସିସିଟିଭି ନଜରରେ ସହର ରହିଥିବାବେଳେ ସହରରେ ଟ୍ରାଫିକ ମୋବିଲିଟି କାର୍ଯ୍ୟକାରୀ ହୋଇଛି। ୧୮୦ ପ୍ଲାଟୁନ୍‌ ଫୋର୍ସ ସମେତ ଓ ସାଦା ପୋଷାକଧାରୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ। ଅପରପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଶନିବାର କାରକେଡ୍‌ ଅଭ୍ୟାସ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri