ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ ଥିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା। ଏହାପରେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଶ୍ଚିତ କରିଥିଲେ। ଆଜି ସେ ନିଜର ୮୫ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି କଥା।

୧୯୩୭ ଡିସେମ୍ବର ୨୮ରେ ମୁମ୍ବାଇରେ ରତନ ଟାଟାଙ୍କ ଜନ୍ମ। ତାଙ୍କ ବାପାଙ୍କ ନାମ ନଓ୍ବଲ ଟାଟା ଏବଂ ମା’ଙ୍କ ନାମ ସୁନୀ ଟାଟା । ସେ ଜଣେ କର୍ମଚାରୀ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ସଫଳ ବ୍ୟବସାୟୀ ଭାବେ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତେବେ ବ୍ୟବସାୟଜଗତରେ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ହେଁ ପ୍ରେମରେ ସେ ବିଫଳ। ଏକ ସାକ୍ଷାତକାରରେ ପ୍ରେମଜୀବନକୁ ନେଇ ସେ ଅନେକ ଖୁଲାସା କରିଥିଲେ। ପ୍ରେମ କରିଥିଲେ ହେଁ ଏହାକୁ ବିବାହର ରୂପ ଦେଇପାରି ନ ଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ଚାରି ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ସବୁଥର କିଛି ନା କିଛି ଡ଼ର ଯୋଗୁ ଆଗକୁ ବଢ଼ିପାରି ନାହିଁ। ଯେତେବେଳେ ଆମେରିକାରେ କାମ କରୁଥିଲି, ସେତେବେଳେ ବିବାହ କରିବାକୁ ଚାହୁଁଥିଲି। ହେଲେ ଭାରତ ଫେରି ଆସିବା ଯୋଗୁ ବିବାହ କରିପାରିପାରି ନ ଥିଲି। କାରଣ ପ୍ରେମିକା ଭାରତ ଆସିବାକୁ ଚାହୁଁ ନ ଥିଲେ। ସେତେବେଳେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହେଉଥିଲା। ଏଣୁ ପ୍ରେମିକାଜଣଙ୍କ ଆମେରିକାରେ ଜଣଙ୍କୁ ବିବାହ କରିନେଇଥିଲେ। ଏବେ ମନେହୁଏ ଯଦି ବିବାହ କରିଥାନ୍ତି ତେବେ ଏତେ ଆଗକୁ ବଢ଼ିପାରି ନ ଥାନ୍ତି। ଆଜିର ଏହି ସ୍ଥିତି ନ ଥାନ୍ତା ବୋଲି ସେ କହିଛନ୍ତି। ତେବେ ୮୫ ବର୍ଷରେ ବି ଅବିବାହିତ ଜୀବନ ବିତାଉଛନ୍ତି ରତନ ଟାଟା। ଏଣୁ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri