ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ ଥିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା। ଏହାପରେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଶ୍ଚିତ କରିଥିଲେ। ଆଜି ସେ ନିଜର ୮୫ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି କଥା।

୧୯୩୭ ଡିସେମ୍ବର ୨୮ରେ ମୁମ୍ବାଇରେ ରତନ ଟାଟାଙ୍କ ଜନ୍ମ। ତାଙ୍କ ବାପାଙ୍କ ନାମ ନଓ୍ବଲ ଟାଟା ଏବଂ ମା’ଙ୍କ ନାମ ସୁନୀ ଟାଟା । ସେ ଜଣେ କର୍ମଚାରୀ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ସଫଳ ବ୍ୟବସାୟୀ ଭାବେ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତେବେ ବ୍ୟବସାୟଜଗତରେ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ହେଁ ପ୍ରେମରେ ସେ ବିଫଳ। ଏକ ସାକ୍ଷାତକାରରେ ପ୍ରେମଜୀବନକୁ ନେଇ ସେ ଅନେକ ଖୁଲାସା କରିଥିଲେ। ପ୍ରେମ କରିଥିଲେ ହେଁ ଏହାକୁ ବିବାହର ରୂପ ଦେଇପାରି ନ ଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ଚାରି ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ସବୁଥର କିଛି ନା କିଛି ଡ଼ର ଯୋଗୁ ଆଗକୁ ବଢ଼ିପାରି ନାହିଁ। ଯେତେବେଳେ ଆମେରିକାରେ କାମ କରୁଥିଲି, ସେତେବେଳେ ବିବାହ କରିବାକୁ ଚାହୁଁଥିଲି। ହେଲେ ଭାରତ ଫେରି ଆସିବା ଯୋଗୁ ବିବାହ କରିପାରିପାରି ନ ଥିଲି। କାରଣ ପ୍ରେମିକା ଭାରତ ଆସିବାକୁ ଚାହୁଁ ନ ଥିଲେ। ସେତେବେଳେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହେଉଥିଲା। ଏଣୁ ପ୍ରେମିକାଜଣଙ୍କ ଆମେରିକାରେ ଜଣଙ୍କୁ ବିବାହ କରିନେଇଥିଲେ। ଏବେ ମନେହୁଏ ଯଦି ବିବାହ କରିଥାନ୍ତି ତେବେ ଏତେ ଆଗକୁ ବଢ଼ିପାରି ନ ଥାନ୍ତି। ଆଜିର ଏହି ସ୍ଥିତି ନ ଥାନ୍ତା ବୋଲି ସେ କହିଛନ୍ତି। ତେବେ ୮୫ ବର୍ଷରେ ବି ଅବିବାହିତ ଜୀବନ ବିତାଉଛନ୍ତି ରତନ ଟାଟା। ଏଣୁ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri