କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ ବଡ ବଡ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଏହାର ଶିକାର ହୋଇଛନ୍ତି। ସେହିପରି ଡିପଫେକ ଦ୍ୱାରା ଫେକ ଭିଡିଓ ମାଧ୍ୟମରେ ଠକେଇ ମଧ୍ୟ କରାଯାଉଛ। ସମ୍ପ୍ରତି, ଭେଟେରାନ ବ୍ୟବସାୟୀ ରତନ ଟାଟା ମଧ୍ୟ ଏଥିରେ ଶିକାର ହୋଇଛନ୍ତି।

ନିକଟରେ ରତନ ଟାଟାଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ନିବେଶ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ନିବେଶ ପାଇଁ ଏହା ସମ୍ପର୍ଣ୍ଣ ବିପଦମୁକ୍ତ ଓ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ସହ ଟଙ୍କା ରିଟର୍ନ ମିଳିବ ବୋଲି କୁହାଯାଇଛି।
ଭିଡିଓଟି ଭାଇରାଲ ହେବା ପରେ ଖୋଦ ରତନ ଟାଟା ନିଜେ ଏହି ସାକ୍ଷାତକାରକୁ ନକଲି ବୋଲି କହିଛନ୍ତି। ନିଜ ଇନଷ୍ଟ୍ରାଗ୍ରାମ ହ୍ୟାଣ୍ଡେଲରେ ଭିଡିଓଟି ଶେୟାର କରି ଭିଡିଓଟି ଫେକ୍‌ କହିବା ସହ କଣ୍ଟେଣ୍ଟ କ୍ରିଏଟରଙ୍କୁ ସମାଲୋଚନା କରିଛନ୍ତି। ଏପରି ଫେକ ଭିଡିଓ ଓ କଣ୍ଟେଣ୍ଟ କ୍ରିଏଟରଙ୍କ କଥାରେ ପଡି ନିବେଶ ନ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋନା ଅଗ୍ରୱାଲ ନାମକ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ରତନ ଟାଟାଙ୍କର ଏକ ନକଲି ଭିଡିଓ ବ୍ୟବହାର କରି ନିବେଶ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ରତନ ଟାଟାଙ୍କର ଏକ ନକଲି ଭିଡିଓ ବ୍ୟବହୃତ ହୋଇଛ। ଭିଡିଓରେ ଟାଟା, ସୋନା ଅଗ୍ରୱାଲଙ୍କୁ କମ୍ପାନୀର ମ୍ୟାନେଜର ବୋଲି କହୁଛନ୍ତି। ଭିଡିଓରେ ଦେଖାଯାଇଥିଲା, ଭାରତୀୟଙ୍କ ପାଇଁ ରତନ ଟାଟାଙ୍କର ଏକ ସୁପାରିଶ। ଶତପ୍ରତିଶତ ଗ୍ୟାରେଣ୍ଟି ସହିତ ବିପଦମୁକ୍ତ ହୋଇ ଆଜି ହିଁ ନିବେଶ କରନ୍ତୁ। ଏଥିପାଇଁ ଆମକୁ ଯୋଗାଯୋଗ କରନ୍ତୁ। କେବଳ ଏତିକି ନୁହେଁ, ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିବା ବାର୍ତ୍ତା ମଧ୍ୟ ଭିଡିଓରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?