Categories: ଖେଳ

ଆଜିଠୁ ରସୁଲଗଡ଼ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୧୫।୪ (କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ରସୁଲଗଡ଼ ପ୍ରିମିୟର ଲିଗ୍‌ର ୮ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଜିଜିପି ପଡ଼ିଆରେ ପ୍ରତିଯୋଗିତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିବେ। ଶୁକ୍ରବାର ୫ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଦୁର୍ଗା ଏକାଦଶ ପକ୍ଷରୁ ମନୋରଞ୍ଜନ ଜୟସିଂ, ବ୍ରହ୍ମେଶ୍ୱର ଏକାଦଶର ରଜତ ଜଗଦେବ, ମା’ କୋଚିଳେଇ ଏକାଦଶର ତୋଫାନ ରାଉତ, ମା’ ତାରିଣୀ ଏକାଦଶର ଦେବାଶିଷ ଜେନା ଏବଂ ଗୋପୀନାଥ ଦେବ ଏକାଦଶ ପକ୍ଷରୁ ପାର୍ଥ ରାଉତରାୟ ଉପସ୍ଥିତ ଥିଲେ।

Share