ଗୋଟିଏ ବଲ୍‌ରେ ୨ଥର ଆଉଟ୍‌ ହେଲେ ଏହି ବ୍ୟାଟ୍ସମ୍ୟାନ; ଦେଖନ୍ତୁ ଭିଡିଓ

ଦୁବାଇ, ୧୪।୧୦: ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ସିଜନର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମାତ୍‌ ଦେଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଉଇକେଟ୍‌ରେ ୧୬୭ ରନ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୮ ଉଇକେଟ୍‌ରେ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସିଏସ୍‌କେ ଏହି ମ୍ୟାଚ୍‌କୁ ୨୦ ରନରେ ଜିତି ନେଇଥିଲା।

https://twitter.com/ryandesa_07/status/1316082816782802945
ମ୍ୟାଚ୍‌ରେ ହାଇଦ୍ରାବାଦ୍‌ର ଷ୍ଟାର୍‌ ସ୍ପିନର ରଶିଦ୍‌ ଖାନ୍‌ ୮ ବଲରେ ୧୪ ରନ କରିଥିଲେ। ତେବେ ସେ ବହୁତ ମଜାଦାର ଭାବରେ ଆଉଟ୍‌ ହୋଇଥିଲେ। ବିଜୟ ପାଇଁ ହାଇଦ୍ରାବାଦ୍‌କୁ ୭ ବଲରୁ ୨୨ ରନ ଆବଶ୍ୟକ ହେଉଥିଲା। ଏହି ସମୟରେ ଷ୍ଟ୍ରାଇକରେ ରଶିଦ୍‌ ବ୍ୟାଟିଂ କରୁଥିବାବେଳେ ଶାର୍ଦ୍ଦୁଳ ଠାକୁର ବୋଲିଂ କରୁଥିଲେ। ଶାର୍ଦ୍ଦୁଳଙ୍କ ବଲ୍‌କୁ ରଶିଦ୍‌ ବ୍ୟାକ୍‌ଫୁଟ୍‌ରେ ଯାଇ ଲଙ୍ଗଅନ୍‌ରେ ମାରିଥିଲେ। ତେବେ ବ୍ୟାକ୍‌ଫୁଟ୍‌ରେ ଶଟ୍‌ ମାରିବାବେଳେ ରଶିଦ୍‌ଙ୍କ ପାଦ ଷ୍ଟମ୍ପ୍‌ରେ ବାଜି ବେଲ୍‌ ଖସିପଡ଼ିଥିଲା। ଫଳରେ ସେ ହିଟ୍‌ ଉଇକେଟ୍‌ ହୋଇ ଆଉଟ୍‌ ହୋଇଥିଲେ। ଅପରପକ୍ଷରେ ଲଙ୍ଗଅନ୍‌ରେ ରଶିଦ୍‌ଙ୍କ ଏହି ଶଟ୍‌କୁ ଦୀପକ ଚହର କ୍ୟାଚ୍‌ କରିନେଇଥିଲେ। ଫଳରେ ସେ ଗୋଟିଏ ବଲ୍‌ରେ ହିଟ୍‌ ଉଇକେଟ୍‌ ଓ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri