ନୀଳାଦ୍ରି ବିଜେରେ ରସଗୋଲା

ଦାରୁଦିଅଁଙ୍କ ଜଗତମଙ୍ଗଳ ଲୀଳାର ଶେଷ ଦିବସରେ ହୁଏ ନୀଳାଦ୍ରି ବିଜେ। ଏହି ଦିନକୁ ରସଗୋଲା ଦିବସ ଭାବେ ୨୦୧୫ରୁ ପାଳନ କରାଯାଇଆସୁଛି। ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ, ଡାଲି, ବେସର ପ୍ରଭୃତିକୁ ସଙ୍କୁଡ଼ି ଭୋଗ ପର୍ଯ୍ୟାୟରେ ଗଣାଯାଏ। ନିଃସଙ୍କୁଡ଼ି ଭୋଗ କହିଲେ ପିଠାପଣାକୁ ବୁଝାଯାଏ। ଏହା ମଧ୍ୟ ଦୁଇଭାଗରେ ବିଭକ୍ତ। ପିଷ୍ଟାନ୍ନ ଓ ମିଷ୍ଟାନ୍ନ। ଘିଅ ବ୍ୟବହୃତ ହୋଇ ପ୍ରସ୍ତୁତ ହେଉଥିବା ପିଠାକୁ ପିଷ୍ଟାନ୍ନ ଓ ବିନା ଘିଅରେ ପ୍ରସ୍ତୁତ ଅମୁଣିଆକୁ ମିଷ୍ଟାନ୍ନ କୁହାଯାଏ। ଅମୁଣିଆ କହିଲେ ଦାରୁଦିଅଁଙ୍କ ପରମ୍ପରାରେ ଯାହା ଭୋଗ ନ ହୋଇ ଭୋଗ ନିମନ୍ତେ ପ୍ରସ୍ତୁତ ରହିଥାଏ।
ଉଭୟ ପିଷ୍ଟାନ୍ନ ଓ ମିଷ୍ଟାନ୍ନ ପ୍ରସ୍ତୁତିରେ ଛେନାର ବ୍ୟବହାର ମଧ୍ୟ ରହିଅଛି। ଘିଅ ବ୍ୟବହାର ହୋଇ ନଅ ପ୍ରକାର ପିଠା ଓ ପଣା ବର୍ଷସାରା ବିଭିନ୍ନ ନୀତିପର୍ବରେ ଭୋଗ ପାଇଁ ପ୍ରସ୍ତୁତ ହୋଇଥାଏ। ବର୍ଷକୁ ଥରେ ଘିଅ ବ୍ୟବହାର ନ ହୋଇ ଛେନାରେ ପ୍ରସ୍ତୁତ ଗୋଟିଏ ପ୍ରକାର ମିଠା ଦାରୁଦିଅଁଙ୍କ ଉପାସନାରେ ସାମିଲ ହୋଇଥିବାର ନଜିର ରହିଛି। ସେହି ଗୋଟିକ ମିଠା ହେଲା ରସଗୋଲା। ଏହା ଦାରୁଦିଅଁଙ୍କ ନୀତି ସହିତ ସମ୍ପୃକ୍ତ ହୋଇଅଛି। ଦାରୁଦିଅଁ ଆଡ଼ପ ମଣ୍ଡପରୁ ଆସି ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଭଣ୍ଡାର ଗୃହ ନିକଟରେ ପହଞ୍ଚତ୍ବା ପରେ ପାଞ୍ଚଗୋଟି ନୀତି ସମ୍ପନ୍ନ ହୋଇଥାଏ। ପ୍ରଥମେ ଗଇଁଠାଳ ଖୋଲାଯିବା ପରେ ବନ୍ଦାପନା ନୀତି ହୋଇଥାଏ। ତାହାପରେ ଭିତରଚ୍ଛ ମହାପାତ୍ର ଦାରୁଦିଅଁଙ୍କ ପ୍ରତିନିଧି ରୂପେ ସେଠାରେ ଉପସ୍ଥିତ ହୋଇ ରସଗୋଲା ଭୋଗ କରାଇଥାନ୍ତି। ଏହାପରେ ଘଷା ନୀତି ହୋଇ ବିଡ଼ିଆ ମଣୋହି ହୁଏ। ଏହି ପାଞ୍ଚନୀତି ପରେ ଦାରୁଦିଅଁ ରତ୍ନବେଦିକୁ ବିଜେ କରନ୍ତି।
ସେହିପରି ଛେନା ବ୍ୟବହାର ହୋଇ ପ୍ରସ୍ତୁତ ହେଉଥିବା ପିଠାପଣା ହେଉଛି କେଳି, ଘଉଡ଼ି, ଛେନାତାଡ଼ିଆ, ପାରିଜାତକ, ମାଣ୍ଡୁଅ, ରସାବଳି, ସୁଆରି, ଅଧରପଣା, ଚକଟା ଭୋଗ। ଅଟା ଓ ଛେନାରେ କେଳି ପ୍ରସ୍ତୁତ ହେଉଥିବା ବେଳେ ଅଟା ଓ ଛେନାରେ ମଧ୍ୟ ଘଉଡ଼ି ପ୍ରସ୍ତୁତ ହୋଇଥାଏ। ମାତ୍ର ପ୍ରସ୍ତୁତିରେ ସାମାନ୍ୟ ଫରକ ରହିଛି। ସୁଆରି ପିଠାଟି କ୍ଷୀରରେ ଛେନା ମିଶିବା ପରେ ତା’ ମଧ୍ୟରେ ଛେନାମାଣ୍ଡୁଅ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଏ। ତେବେ ଏହି ନଅଟି ଛେନା ପ୍ରସ୍ତୁତ ଭୋଗ ମଧ୍ୟରୁ ଯଥା-ଅଧରପଣା ଓ ଚକଟା ସମର୍ପଣ ହୋଇଥାଏ। ସୂଚନାଯୋଗ୍ୟ, ଅଧରପଣାରେ ଛେନା ସହିତ ନଅଟି ଦ୍ରବ୍ୟ ମିଶାଯାଇ ଦାରୁଦିଅଁଙ୍କୁ ରଥ ଉପରେ ସମର୍ପଣ କରାଯାଇଥାଏ। ସେହିପରି ଅଣସର ଓ ମହାଅଣସରରେ ବିଶେଷ ଭାବେ ପତିମହାପାତ୍ର ଛେନାରେ ପ୍ରସ୍ତୁତ ଚକଟା ଭୋଗ ସମର୍ପଣ କରିଥାନ୍ତି। ଅତଏବ ଦାରୁଦିଅଁଙ୍କ ଷୋଡ଼ଶ ଉପଚାର ସମ୍ବଳିତ ଉପାସନାରେ ଛେନାର ବ୍ୟବହାର ବହୁ ପ୍ରାଚୀନ କାଳରୁ ରହିଅଛି। ଏହା ଶାସ୍ତ୍ରୀୟ ବ୍ୟବସ୍ଥା । ଶାସ୍ତ୍ରୀୟ ବ୍ୟବସ୍ଥା ସହିତ ପରମ୍ପରାଗତ ବ୍ୟବସ୍ଥା ମଧ୍ୟ ଦାରୁଦିଅଁଙ୍କ ଉପାସନାରେ ରହିଛି।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri