ଆମ୍ରି ହସ୍ପପିଟାଲରେ ବିରଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର,୧୮।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି। ଏପରିକି ଆମ୍ରି ହସ୍ପପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଦିବ୍ୟାରଞ୍ଜନ ବେହେରାଙ୍କ ନେତୃତ୍ୱରେ ଉକ୍ତ ରୋଗୀ ଓ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା। ବିଶେଷ କରି ଜଣେ ୮୩ବର୍ଷୀୟ ବ୍ୟକ୍ତି ବାରମ୍ବାର ଚେତାଶକ୍ତି ହରାଇବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ଯୋଗୁଁ ପରିବାର ଲୋକ ସମ୍ଫୃକ୍ତ ବ୍ୟକ୍ତି (ରୋଗୀ)ଙ୍କୁ ଆମ୍ରିରେ ଭର୍ତ୍ତି କରାଇଥିଲେ। ଆମ୍ରିର ଏକ ବିଶେଷଜ୍ଞ ଦଳର ମୂଲ୍ୟାଙ୍କନ ପରେ ରୋଗୀଙ୍କଠାରେ କାଲସିଫିକ ଆର୍ଟିକ ଷ୍ଟୋେନୋସିସ ଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଡା. ବେହେରାଙ୍କ ନେତୃତ୍ୱରେ ଏକ କାର୍ଡିଆକ ଟିମ୍‌ ଉକ୍ତ ବ୍ୟକ୍ତି (ରୋଗୀ) ଙ୍କ ଠାରେ ବେଲୁନ୍‌ ବିସ୍ତାର ଯୋଗ୍ୟ ଭାଲବ-ମାଇଭାଲ ବ୍ୟବହାର କରି ଟ୍ରାନସକାଥେର ଆଓର୍ଟିକ ଭାଲବ ପ୍ରତିରୋପଣ (ଟିଏଭିଆଇ) ସଫଳତାର ସହ କରିଥିଲେ।
ଉଲେ୍‌ଲଖଯୋଗ୍ୟ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡା.ବିଶ୍ୱଜିତ ମହାପାତ୍ର, ଡା.ବିବେକ ଚୌଧୁରୀ, ଡା. ବି.ରଥଙ୍କୁ ରୋଗୀ ଓ ତାଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି। ସେହିପରି ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ଭାଇସ୍‌ ପ୍ରେସିଡେଟଂ ଓ ୟୁନିଟ୍‌ ହେଡ଼୍‌ ନୀଳାଞ୍ଜନା ମୁଖାର୍ଜ କହିଛନ୍ତି, ଏଠାରେ ବର୍ତ୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଉପକରଣ ପ୍ରୟୋଗ କରି ବହୁ ଉନ୍ନିତ ସର୍ଜରୀ କରାଯାଉଛି। ବିଶେଷ କରି ରୋଗୀ ସେବା ଓ ଚିକିତ୍ସା ଦ୍ୱାରା ଅନେକ ରୋଗୀ ଉପଖୃତ ହେଉଛନ୍ତି। ଏପରିକି ରାଜ୍ୟରେ ଉନ୍ନିତମାନର ଚିକିତ୍ସା ସେବା ଉପଲବ୍ଧ କରାଇବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ମୁଖାର୍ଜୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri