ସଙ୍କଟରେ ବିରଳ ବହୁରୂପୀ ଏଣ୍ଡୁଅ

କାମାକ୍ଷାନଗର,୨୨।୯(ଅମଜାଦ୍‌ ଖାନ): ପୂର୍ବ ଆଫ୍ରିକାର ମାଡାଗାସ୍କର ଘଞ୍ଚ ଜଙ୍ଗଲରେ ବହୁଳ ଭାବେ ଦେଖାଯାଉଥିବା ବିରଳ ପାନ୍ଥର କ୍ୟାମେଲିଅନ (ବହୁରୂପୀ ଏଣ୍ଡୁଅ) ବର୍ତ୍ତମାନ ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜା ଜଙ୍ଗଲରେ ଦେଖିବାକୁ ମିଳିଛି। ଭାରତରେ ଏହାକୁ କ୍ୟାମେଲିଅନ ଲିଜାର୍ଡ ଏବଂ ହିନ୍ଦୀରେ ବହୁରୂପୀ ଗିର୍ଗିଟ ବୋଲି କୁହାଯାଏ। ପରିବେଶ, ପରିସ୍ଥିତି ଓ ନିଜର ଆବଶ୍ୟକତା ଅନୁସାରେ ଏମାନେ ରଙ୍ଗ ବଦଳାଇଥାନ୍ତି। ତେଣୁ ଏହାକୁ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଏ। ବିଶେଷକରି ବୁଦୁବୁଦିଆ ବଣ ଓ ଘଞ୍ଚ ଜଙ୍ଗଲରେ ରହିବାକୁ ଏମାନେ ପସନ୍ଦ କରନ୍ତି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଏହି ଏଣ୍ଡୁଅ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେବାକୁ ବସିଛି। ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବନବିଭାଗ, ବନ୍ୟପ୍ରାଣୀ ପ୍ରେମୀ ଓ ପରିବେଶବିତ୍‌ମାନେ ଆଗେଇ ଆସିବା ଦରକାର ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ଏହି ବହୁରୂପୀ ଏଣ୍ଡୁଅର ଲମ୍ବ ୧୪ ରୁ ୨୨ ଇଞ୍ଚ। ଓଜନ ୬୦ ରୁ ୧୮୦ ଗ୍ରାମ। ମାଈ ଏଣ୍ଡୁଅଠାରୁ ଅଣ୍ଡିରା ଏଣ୍ଡୁଅ ଆକାରରେ ବଡ଼ ହୋଇଥାଏ। ଅଣ୍ଡିରା ଏଣ୍ଡୁଅ ୭ଟି ରଙ୍ଗର ଥିବାବେଳେ ମାଈ ଏଣ୍ଡୁଅ କେବଳ ମାଟିଆ ଓ ଧୂସର ରଙ୍ଗର ହୋଇଥାନ୍ତି। ନିଜର ଭାବ ଆଦାନ ପ୍ରଦାନ ପାଇଁ ଏମାନେ ରଙ୍ଗକୁ ବ୍ୟବହାର କରିଥାନ୍ତି। ହଳଦିଆ ରଙ୍ଗ ରାଗ ଓ ଆକ୍ରମଣାତ୍ମକ ଭାବକୁ ବୁଝାଉଥିବାବେଳେ ଶାଗୁଆ ରଙ୍ଗ ଶାନ୍ତ ଭାବ ବୋଲି ବୁଝାଯାଇଥାଏ। ସେହିପରି ନୀଳରଙ୍ଗକୁ ଏମାନେ ଅନ୍ୟକୁ ଆକର୍ଷିତ କରିବାକୁ ବ୍ୟବହାର କରିଥାନ୍ତି। ସବୁବେଳେ ଏମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ କୀଟ ପତଙ୍ଗ ଶିକାର କରିଥାନ୍ତି। ଶିକାରକୁ ଧରିବା ପାଇଁ ଜିଭକୁ ନିଜ ଶରୀରର ଲମ୍ବଠାରୁ ୩ ଗୁଣ ପର୍ଯ୍ୟନ୍ତ ଲମ୍ବା କରିଦିଅନ୍ତି। ନିଜର ଗୋଲ ଆଖିକୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇ ଏକ ସମୟରେ ଦୁଇପାର୍ଶ୍ୱରେ ଥିବା ବସ୍ତୁକୁ ମଧ୍ୟ ନିରୀକ୍ଷଣ କରିପାରନ୍ତି। ସେହିପରି ଶତ୍ରୁକୁ ଡରାଇବା ପାଇଁ ନିଜର ସାମର୍ଥ୍ୟ ଅନୁସାରେ ଏମାନେ ଗର୍ଜନ କରିଥାନ୍ତି। ଏହି ଏଣ୍ଡୁଅ ବିଷାକ୍ତ ନୁହଁନ୍ତି କି କାମୁଡିବା ଦ୍ୱାରା କୌଣସି କ୍ଷତି ହୋଇ ନ ଥାଏ। ତେବେ ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ନେଇ ଅନେକ ଅନ୍ଧବିଶ୍ୱାସ ଆଦିମ ଜନଜାତିଙ୍କ ମଧ୍ୟରେ ଥିବାବେଳେ ଏହି ଜୀବ ଔଷଧ ତିଆରିରେ ବ୍ୟବହାର ହୋଇଥାଏ ବୋଲି ମଧ୍ୟ କେତେକଙ୍କ ମଧ୍ୟରେ ଧାରଣା ରହିଛି। ଫଳରେ ଏହାର ତସ୍କରୀ ବୃଦ୍ଧି ପାଉଥିବା ବେଳେ ସଂଖ୍ୟା ହ୍ରାସ ପାଇଚାଲିଛି। ଗତ ୨୦୨୨ ଅଗଷ୍ଟ ୨୯ରେ ଭୁବନେଶ୍ୱରରେ ଏକ ବହୁରୂପୀ ଏଣ୍ଡୁଅକୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିବା ଅଭିଯୋଗରେ ବନବିଭାଗ ଜଗତସିଂପୁର ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଥିଲା।
ଏ ସମ୍ପର୍କରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ କୁହନ୍ତି, ଖରା ଦିନେ ଜଙ୍ଗଲରେ ଲାଗୁଥିବା ନିଆଁ ଏହି ବିରଳ ଏଣ୍ଡୁଅଙ୍କ ମୁଖ୍ୟ ଶତ୍ରୁ। ଯେହେତୁ ଏମାନେ ବୁଦୁବୁଦିଆ ଜଙ୍ଗଲରେ ରୁହନ୍ତି ତେଣୁ ଜଙ୍ଗଲ ନିଆଁରେ ଏପରି ଜୀବଙ୍କ ଜୀବନହାନି ବହୁ ସଂଖ୍ୟାରେ ହୋଇଥାଏ। ଅନେକ ସମୟରେ ପାଣି ଅଭାବରୁ ମଧ୍ୟ ଏମାନଙ୍କ ମୃତ୍ୟୁ ହୋଇଥାଏ। ବନବିଭାଗ ତରଫରୁ ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ପାଇଁ ଯଥାସମ୍ଭବ ଯତ୍ନ ନିଆଯାଉଛି। ଭବିଷ୍ୟତରେ ନିଶ୍ଚୟ ଏହି ବିଲୁପ୍ତ ପ୍ରାଣୀଙ୍କ ବଂଶବିସ୍ତାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri