ସଙ୍କଟରେ ବିରଳ ବହୁରୂପୀ ଏଣ୍ଡୁଅ

କାମାକ୍ଷାନଗର,୨୨।୯(ଅମଜାଦ୍‌ ଖାନ): ପୂର୍ବ ଆଫ୍ରିକାର ମାଡାଗାସ୍କର ଘଞ୍ଚ ଜଙ୍ଗଲରେ ବହୁଳ ଭାବେ ଦେଖାଯାଉଥିବା ବିରଳ ପାନ୍ଥର କ୍ୟାମେଲିଅନ (ବହୁରୂପୀ ଏଣ୍ଡୁଅ) ବର୍ତ୍ତମାନ ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜା ଜଙ୍ଗଲରେ ଦେଖିବାକୁ ମିଳିଛି। ଭାରତରେ ଏହାକୁ କ୍ୟାମେଲିଅନ ଲିଜାର୍ଡ ଏବଂ ହିନ୍ଦୀରେ ବହୁରୂପୀ ଗିର୍ଗିଟ ବୋଲି କୁହାଯାଏ। ପରିବେଶ, ପରିସ୍ଥିତି ଓ ନିଜର ଆବଶ୍ୟକତା ଅନୁସାରେ ଏମାନେ ରଙ୍ଗ ବଦଳାଇଥାନ୍ତି। ତେଣୁ ଏହାକୁ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଏ। ବିଶେଷକରି ବୁଦୁବୁଦିଆ ବଣ ଓ ଘଞ୍ଚ ଜଙ୍ଗଲରେ ରହିବାକୁ ଏମାନେ ପସନ୍ଦ କରନ୍ତି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଏହି ଏଣ୍ଡୁଅ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେବାକୁ ବସିଛି। ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବନବିଭାଗ, ବନ୍ୟପ୍ରାଣୀ ପ୍ରେମୀ ଓ ପରିବେଶବିତ୍‌ମାନେ ଆଗେଇ ଆସିବା ଦରକାର ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ଏହି ବହୁରୂପୀ ଏଣ୍ଡୁଅର ଲମ୍ବ ୧୪ ରୁ ୨୨ ଇଞ୍ଚ। ଓଜନ ୬୦ ରୁ ୧୮୦ ଗ୍ରାମ। ମାଈ ଏଣ୍ଡୁଅଠାରୁ ଅଣ୍ଡିରା ଏଣ୍ଡୁଅ ଆକାରରେ ବଡ଼ ହୋଇଥାଏ। ଅଣ୍ଡିରା ଏଣ୍ଡୁଅ ୭ଟି ରଙ୍ଗର ଥିବାବେଳେ ମାଈ ଏଣ୍ଡୁଅ କେବଳ ମାଟିଆ ଓ ଧୂସର ରଙ୍ଗର ହୋଇଥାନ୍ତି। ନିଜର ଭାବ ଆଦାନ ପ୍ରଦାନ ପାଇଁ ଏମାନେ ରଙ୍ଗକୁ ବ୍ୟବହାର କରିଥାନ୍ତି। ହଳଦିଆ ରଙ୍ଗ ରାଗ ଓ ଆକ୍ରମଣାତ୍ମକ ଭାବକୁ ବୁଝାଉଥିବାବେଳେ ଶାଗୁଆ ରଙ୍ଗ ଶାନ୍ତ ଭାବ ବୋଲି ବୁଝାଯାଇଥାଏ। ସେହିପରି ନୀଳରଙ୍ଗକୁ ଏମାନେ ଅନ୍ୟକୁ ଆକର୍ଷିତ କରିବାକୁ ବ୍ୟବହାର କରିଥାନ୍ତି। ସବୁବେଳେ ଏମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ କୀଟ ପତଙ୍ଗ ଶିକାର କରିଥାନ୍ତି। ଶିକାରକୁ ଧରିବା ପାଇଁ ଜିଭକୁ ନିଜ ଶରୀରର ଲମ୍ବଠାରୁ ୩ ଗୁଣ ପର୍ଯ୍ୟନ୍ତ ଲମ୍ବା କରିଦିଅନ୍ତି। ନିଜର ଗୋଲ ଆଖିକୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇ ଏକ ସମୟରେ ଦୁଇପାର୍ଶ୍ୱରେ ଥିବା ବସ୍ତୁକୁ ମଧ୍ୟ ନିରୀକ୍ଷଣ କରିପାରନ୍ତି। ସେହିପରି ଶତ୍ରୁକୁ ଡରାଇବା ପାଇଁ ନିଜର ସାମର୍ଥ୍ୟ ଅନୁସାରେ ଏମାନେ ଗର୍ଜନ କରିଥାନ୍ତି। ଏହି ଏଣ୍ଡୁଅ ବିଷାକ୍ତ ନୁହଁନ୍ତି କି କାମୁଡିବା ଦ୍ୱାରା କୌଣସି କ୍ଷତି ହୋଇ ନ ଥାଏ। ତେବେ ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ନେଇ ଅନେକ ଅନ୍ଧବିଶ୍ୱାସ ଆଦିମ ଜନଜାତିଙ୍କ ମଧ୍ୟରେ ଥିବାବେଳେ ଏହି ଜୀବ ଔଷଧ ତିଆରିରେ ବ୍ୟବହାର ହୋଇଥାଏ ବୋଲି ମଧ୍ୟ କେତେକଙ୍କ ମଧ୍ୟରେ ଧାରଣା ରହିଛି। ଫଳରେ ଏହାର ତସ୍କରୀ ବୃଦ୍ଧି ପାଉଥିବା ବେଳେ ସଂଖ୍ୟା ହ୍ରାସ ପାଇଚାଲିଛି। ଗତ ୨୦୨୨ ଅଗଷ୍ଟ ୨୯ରେ ଭୁବନେଶ୍ୱରରେ ଏକ ବହୁରୂପୀ ଏଣ୍ଡୁଅକୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିବା ଅଭିଯୋଗରେ ବନବିଭାଗ ଜଗତସିଂପୁର ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଥିଲା।
ଏ ସମ୍ପର୍କରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ କୁହନ୍ତି, ଖରା ଦିନେ ଜଙ୍ଗଲରେ ଲାଗୁଥିବା ନିଆଁ ଏହି ବିରଳ ଏଣ୍ଡୁଅଙ୍କ ମୁଖ୍ୟ ଶତ୍ରୁ। ଯେହେତୁ ଏମାନେ ବୁଦୁବୁଦିଆ ଜଙ୍ଗଲରେ ରୁହନ୍ତି ତେଣୁ ଜଙ୍ଗଲ ନିଆଁରେ ଏପରି ଜୀବଙ୍କ ଜୀବନହାନି ବହୁ ସଂଖ୍ୟାରେ ହୋଇଥାଏ। ଅନେକ ସମୟରେ ପାଣି ଅଭାବରୁ ମଧ୍ୟ ଏମାନଙ୍କ ମୃତ୍ୟୁ ହୋଇଥାଏ। ବନବିଭାଗ ତରଫରୁ ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ପାଇଁ ଯଥାସମ୍ଭବ ଯତ୍ନ ନିଆଯାଉଛି। ଭବିଷ୍ୟତରେ ନିଶ୍ଚୟ ଏହି ବିଲୁପ୍ତ ପ୍ରାଣୀଙ୍କ ବଂଶବିସ୍ତାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri