ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧରେ ବିରଳ ଧାତୁ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ଶାସନ ଭାର ଗ୍ରହଣ କରିବା ପରେ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଦୁଇ ଦେଶ ହେଉଛନ୍ତି ପୃଥିବୀର ଦୁଇ ବୃହତ୍‌ ଆର୍ଥିକ ଶକ୍ତିଶାଳୀ ରାଷ୍ଟ୍ର। ଗୋଟିଏ ଦେଶ ଆର୍ଥିକ ଭାବେ ଅନ୍ୟ ଦେଶକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ଆମେରିକା ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକ ଟାରିଫ ବା ଆମଦାନୀ ଶୁଳ୍କ ଲଗାଇଛି। ଏହାର ଜବାବରେ ଚାଇନା ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ମଧ୍ୟ ଅଧିକ ଶୁଳ୍କ ଘୋଷଣା କରିଛି।
ଏହି ବାଣିଜ୍ୟ ଯୁଦ୍ଧରେ ଚାଇନା ହାତରେ ଅଛି ଗୋଟିଏ ଆମୋଘ ଅସ୍ତ୍ର। ତାହା ହେଉଛି ସାତଟି ବିରଳ ଧାତୁ। ମୌଳିକ ପଦାର୍ଥର ପର୍ଯ୍ୟାୟ ସାରଣୀରେ ସତରଟି ବିରଳ ଧାତୁ ଅଛି। ଏଗୁଡ଼ିକ ବିରଳ କହିବାର ତାତ୍ପର୍ଯ୍ୟ ହେଉଛି ଯେ, ଭୂଗର୍ଭରେ ଏହାର ପରିମାଣ ହେଉଛି ବହୁତ କମ୍‌ ଏବଂ ପୁନଶ୍ଚ ଏହା ନିର୍ଦ୍ଦିଷ୍ଟ କେତେକ ଦେଶରେ ଉଲବ୍‌ଧ ହୋଇଥାଏ। ଅବଶ୍ୟ ସତରଟି ବିରଳ ମୌଳିକ ପଦାର୍ଥ ମଧ୍ୟରୁ କେତୋଟି ବାସ୍ତବରେ ବିରଳ ନୁହେଁ ଏବଂ ଏଗୁଡ଼ିକ ଭୂଗର୍ଭରେ ବହୁଳ ପରିମାଣରେ ଥିବାର ଜଣାଯାଇଛି। ମାତ୍ର ଆବିଷ୍କାର ସମୟରେ ଏଗୁଡ଼ିକ ବିରଳ ଥିବାରୁ ଏଗୁଡ଼ିକର ନାମ ଆଜିପର୍ଯ୍ୟନ୍ତ ସେହିପରି ଅଛି।
ଚାଇନା ଯେଉଁ ସାତଟି ବିରଳ ଓ ମୂଲ୍ୟବାନ ଧାତୁକୁ ବାଣିଜ୍ୟ ଯୁଦ୍ଧରେ ଅସ୍ତ୍ର କରିଛି, ପ୍ରକୃତରେ ସେଗୁଡ଼ିକ ହେଉଛି ବିରଳ। ଏଥିରୁ ଅନେକ ଧାତୁ ମୁଖ୍ୟତଃ ଚାଇନାରେ ଉଲବ୍‌ଧ ଖଣିକୁ ନିଜ ଅକ୍ତିଆରରେ ରଖିଛି। ବର୍ତ୍ତମାନ ଚାଇନା ଏହି ସାତଟି ବିରଳ ଧାତୁକୁ ଆମେରିକାକୁ ରପ୍ତାନି ପାଇଁ ନିଷେଧ କରିଛି। ଏହାର ପ୍ରଭାବ କେବଳ ଆମେରିକାରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଅନୁଭୂତ ହେବ। ଏହି ସାତଟି ବିରଳ ଧାତୁ ହେଉଛି ସମରିୟମ୍‌, ଗାଡୋଲିନିୟମ୍‌, ଟର୍ବିୟମ୍‌, ଡାଇସ୍ପ୍ରୋସିୟମ୍‌, ଲୁଟେଟିୟମ୍‌, ସ୍କାଣ୍ଡିୟମ୍‌ ଏବଂ ୟିଟିୟମ୍‌।
ଏହି ଧାତୁଗୁଡ଼ିକ ଜେଟ୍‌ ଇଞ୍ଜିନ, ଲେଜର, କାର୍‌, ହେଡ୍‌ଲାଇଟ୍‌ ଏବଂ କେତେକ ସ୍ପାର୍କ ପ୍ଲଗ ଓ କାପାସିଟର ଉତ୍ପାନରେ ବ୍ୟବହୃତ ହୁଏ। ଏଗୁଡ଼ିକ ମଧ୍ୟ କମ୍ପ୍ୟୁଟର ଚିପ୍‌ ଓ ସ୍କାର୍ଟଫୋନ୍‌ ପାଇଁ ଦରକାର ହେଉଛି। ଏଗୁଡ଼ିକ ଯାନବାହନ, ସେମିକଣ୍ଡକ୍ଟର, ଏରୋସ୍ପେସ୍‌, ରକେଟ, ବିଦ୍ୟୁତ୍‌ ଗାଡ଼ି, କୃତ୍ରିମ ବୁଦ୍ଧିମତ୍ତା ଆଦି ଶିଳ୍ପ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଧାତୁଗୁଡ଼ିକ ପାଇଁ ଚାଇନା ଉପରେ ଆମେରିକା ବହୁମାତ୍ରାରେ ନିର୍ଭରଶୀଳ। ଏହି ବିରଳ ଧାତୁଗୁଡ଼ିକ ହେଉଛି ଆମେରିକା ପ୍ରତିରକ୍ଷା ଶିଳ୍ପର ମେରୁଦଣ୍ଡ। ଏହା ବ୍ୟତୀତ କାର, ଡ୍ରୋନ, ରୋବୋଟ, କ୍ଷେପଣାସ୍ତ୍ର ଆଦିରେ ବ୍ୟବହୃତ ହେଉଥିବା ଚୁମ୍ବକ ମଧ୍ୟ ଚାଇନାରୁ ଆମେରିକା ଯାଇଥାଏ। ବର୍ତ୍ତମାନ ଚାଇନା ଏହି ଚୁମ୍ବକ ରପ୍ତାନି ଉପରେ ମଧ୍ୟ କଟକଣା କରିଛି। ସୂଚନାଯୋଗ୍ୟ ଯେ, ଏହି ଶକ୍ତିଶାଳୀ ଚୁମ୍ବକଗୁଡ଼ିକ ବିରଳ ଧାତୁରେ ନିର୍ମିତ ହୋଇଥାଏ।
ବିରଳ ଧାତୁ ଗଚ୍ଛିତ ଥିବା ଦେଶଗୁଡ଼ିକ ଯଥା ଚାଇନା, ଭିଏଟ୍‌ନାମ, ବ୍ରାଜିଲ ଓ ରୁଷିଆ ପରେ ରହିଛି ଭାରତ । ଚାଇନାରେ ପୃଥିବୀର ମୋଟ ବିରଳ ଧାତୁର ୪୪ ପ୍ରତିଶତ ଥିବାବେଳେ ଭିଏଟ୍‌ନାମ, ବ୍ରାଜିଲ, ରୁଷିଆ ଓ ଭାରତରେ ଏହା ଯଥାକ୍ରମେ ହେଉଛି ୨୨, ୨୧, ୧୯ ଓ ୬.୯ ପ୍ରତିଶତ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ୪.୨ ପ୍ରତିଶତ, ଆମେରିକାରେ ୨.୩ ପ୍ରତିଶତ ଏବଂ ଗ୍ରୀନଲାଣ୍ଡରେ ୧.୫ ପ୍ରତିଶତ ବିରଳ ଧାତୁ ଗଚ୍ଛିତ ଅଛି। ଆମେରିକାରେ କେବଳ ଗୋଟିଏ ବିରଳ ଧାତୁ ଖଣି ଅଛି ଏବଂ ଏହାର ଅବଶିଷ୍ଟ ଆବଶ୍ୟକତା ଚାଇନାରୁ ପୂରଣ ହୋଇଥାଏ। ଖଣିଜରୁ ଏହି ଧାତୁ ଗୁଡ଼ିକର ବିଶୋଧନ ପ୍ରକ୍ରିୟା ହେଉଛି ଅତି ଜଟିଳ ଓ ବ୍ୟୟବହୁଳ। ପୃଥିବୀରେ ଉତ୍ତୋଳିତ ମୋଟ ବିରଳ ଧାତୁର ୯୦ ପ୍ରତିଶତର ବିଶୋଧନ କ୍ଷମତା ଚାଇନା ନିୟନ୍ତ୍ରଣରେ ଅଛି। ଏପରିକି ଆମେରିକାରେ ଉତ୍ତୋଳିତ ବିରଳ ଧାତୁ ବିଶୋଧନ ପାଇଁ ଏହାକୁ ଚାଇନା ପଠାଯାଉଥିଲା। ଏହା ବ୍ୟତୀତ ମ୍ୟାନମାର ଓ ଲାଓସରେ ମଧ୍ୟ ଏହି ଧାତୁଗୁଡ଼ିକ ଅଳ୍ପ ପରିମାଣରେ ଉତ୍ତୋଳନ କରାଯାଉଛି। ମାତ୍ର ଏହାର ଉତ୍ତୋଳନ ଓ ବିଶୋଧନରେ ଚାଇନା ସଂଶ୍ଳିଷ୍ଟ ଅଛି।
ଆଉ ଦୁଇଟି ଅତି ବିରଳ ଧାତୁ ନିଓଡିମିୟମ ଓ ପ୍ରାସିଓଡିମିୟମ ସ୍ଥାୟୀ ଚୁମ୍ବକ ନିର୍ମାଣ ପାଇଁ ବ୍ୟବହୃତ ହେଉଛି, ଯାହା ମୋଟର ଗାଡ଼ିରେ ବ୍ୟବହୃତ ହୁଏ। ମାତ୍ର ଏହି ଦୁଇ ଧାତୁ ଚାଇନା ନିଷେଧ ତାଲିକାରେ ନାହିଁ।
ଆମେରିକା ଓ ଚାଇନା ମଧ୍ୟରେ ଅନେକ ବର୍ଷରୁ ବିଭିନ୍ନ ସ୍ତରରେ ବାଣିଜ୍ୟ ଯୁଦ୍ଧ ଲାଗି ରହିଛି। ଆମେରିକା ଚାଇନାରୁ ବିରଳ ଧାତୁର ଆମଦାନୀକୁ ୨୦୦୭ ମସିହାରେ ଥିବା ୮୦ ପ୍ରତିଶତ ବର୍ତ୍ତମାନ ୭୦ ପ୍ରତିଶତକୁ ହ୍ରାସ କରିଛି। ମାତ୍ର ଅନ୍ୟ ଦେଶରୁ ଆମଦାନୀ ଧାତୁଗୁଡ଼ିକର ପ୍ରକ୍ରିୟାକରଣ ଓ ବିଶୋଧନରେ ମଧ୍ୟ ଚାଇନା ସଂଶ୍ଳିଷ୍ଟ ଅଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ କେହି ପଛକୁ ହଟିବା ଜଣା ପଡୁନାହିଁ। ଏଣୁ ଆମେରିକା ବିରଳ ଧାତୁ ପାଇଁ ଗ୍ରୀନ୍‌ଲାଣ୍ଡଠାରୁ ଆରମ୍ଭ କରି ୟୁକ୍ରେନ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ଗବେଷଣା ଓ ବିକାଶ ପାଇଁ ଆମେରିକା ଭାରତ ସହିତ ମଧ୍ୟ ଯୋଗାଯୋଗ କରିଛି।
ବର୍ତ୍ତମାନ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଚାଇନା ଆମେରିକାକୁ ଅନ୍ୟ ତିନୋଟି ବିରଳ ଧାତୁର ରପ୍ତାନି ଉପରେ ନିଷେଧ ଘୋଷଣା କରିଛି। ସେଗୁଡ଼ିକ ହେଉଛି ଗାଲିୟମ, ଜର୍ମାନିୟମ ଏବଂ ଏଣ୍ଟିମନ। ଏଗୁଡ଼ିକ ପ୍ରତିରକ୍ଷା ଶିଳ୍ପରେ ବ୍ୟବହୃତ ହୋଇଥାଏ। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଯୋଗୁ ବିରଳ ଧାତୁ ଗୁଡ଼ିକର ଆମଦାନୀ କଟକଣାର ପ୍ରଭାବ ସମଗ୍ର ପୃଥିବୀରେ ପଡ଼ିଲେ ଅନେକ ଶିଳ୍ପ ବନ୍ଦ ହୋଇଯିବ ଏବଂ ଅନେକ ଲୋକ ବେରୋଜଗାର ହୋଇଯିବାର ଆଶଙ୍କା ମଧ୍ୟ ଅଛି।

ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଫେଜ୧, ଭୁବନେଶ୍ୱର,
ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri